FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଡ୍ୟାମ ପୁନଃ ଉଦ୍ଧାର ପାଇଁ ଦାବି କଲେ ଚାଷୀ

ଡ୍ୟାମ ପୁନଃ ଉଦ୍ଧାର ପାଇଁ ଦାବି କଲେ ଚାଷୀ

ଡ୍ୟାମ ପୁନଃ ଉଦ୍ଧାର ପାଇଁ ଦାବି କଲେ ଚାଷୀ
SHARE NOW :

କଳାହାଣ୍ଡି ,୨୩.୯(ଲାଇଭ୍ ଓଡିଶା ନ୍ୟୁଜ୍‌/ ରାଇଚନ ଅଘରିଆ): ଜଳ ସଂରକ୍ଷଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଡ୍ୟାମ ନିମାର୍ଣ୍ଣ କରୁଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବରୁ ଚାଷ ଜମିରେ ପାଣି ମାଡି ପାରୁନାହିଁ । ଫଳରେ ମରୁଡି ର ସମ୍ନା କରୁଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନକଟିକାନୀ ଗ୍ରାମ ପଞ୍ଚାୟତ ର ଅନ୍ତର୍ଲା ଗ୍ରାମ ଚାଷୀ କୁଳ ।
ଅନ୍ତର୍ଲା ଗ୍ରାମରେ ଥିବା ହଁସରତ ନାଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହୋଇଥିବା ଡ଼୍ୟାମ ଠିକା ସଂସ୍ଥାର ନିମ୍ନ ମାନ କାର୍ଯ୍ୟ ପାଇଁ ବର୍ତ୍ତମାନ ଭଗ୍ନ ଅବସ୍ଥାରେ ପଡିରହିଛି । ଫଳରେ ଚାଷ ଜମିରେ ପଣି ମାଡି ପାରୁନାହିଁ ତେଣୁ ମରୁଡିର ସମ୍ନା କରଛନ୍ତି ସ୍ଥାନୀୟ ବାସିନ୍ଦା ।
ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ତେବେ ଡ୍ୟାମ୍ ପୁନଃ ଉଦ୍ଧାର ଦାବି କରିବା ସହ ପ୍ରଶାସନ ଶିଘ୍ର କୌଣସି ପଦକ୍ଷେପ ଗ୍ରହଣ ନକଲେ ବାଧ୍ୟ ହୋଇ ଆନ୍ଦୋଳନ ସହ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ସରପଞ୍ଚଙ୍କ ସମେତ ଚାଷୀମାନେ ।

Leave a Reply

Your email address will not be published. Required fields are marked *

Related Posts