କେନାଲ ପାଣି ଯୋଗାଣ ଦାବିରେ ରାଜରାସ୍ତାରେ ଚାଷୀ

SHARE NOW :
କଳାହାଣ୍ଡି(ଲାଇଭଓଡିଶା ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ରୁ କେନାଲ ମରାମତି ପାଇଁ ରବି ଋତୁ ଚାଷ ପାଇଁ ଜଳ ଯୋଗାଣ ବନ୍ଦ କରାଯିବ ବୋଲି ପୂର୍ବରୁ ମୁଖୀଗୁଡା ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ସୁଚନା ଦିଆଯାଇଛି । ହେଲେ କିଛି ଅଞ୍ଚଳ ପର୍ୟ୍ୟନ୍ତ ପାଣି ଯୋଗାଇ ଦିଆଯାଉଥିବା ଚାଷି ଜାଣିବା ପରେ କଲମପୁର , ଗୁନଗୁନିଆ ଡିଷ୍ଟ୍ରିବୁଟାରି ଚାଷି ମାନେ ଜିଲ୍ଲାପାଳ ଙ୍କୁ ଜଳ ଯୋଗାଇଦେବାକୁ ଦାବି କରିଥିଲେ । ତେବେ କୌଣସି ପ୍ରତିଶୁତି ନ ମିଳିବାରୁ ଆଜି ସକାଳ ୬ ଘଣ୍ଟା ରୁ ମୋଟେର ମୁଖୀଗୁଡା ରାଜ୍ୟ ରାଜପଥ କୁ ଗୁନଗୁନିଆ ଛକ ନିକଟରେ ଅବରୋଧ କରି ରଖିଛନ୍ତି ।ସୁଚନା ଅନୁସାରେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ୬୩୧.୫୦ ଜଳସ୍ତର ରହିଛି ଡାହାଣ କେନାଲ କୁ ସମ୍ପୂର୍ଣ ବନ୍ଦ କରା ଯାଇଥିବା ବେଳେ ବାମ କେନାଲର ଗୁନ ଗୁନିଆ ଡ଼ିଷ୍ଟ୍ରିବ୍ୟୁଟାରି ର ୧୩ ଗୋଟି ପାଣି ପଞ୍ଚାୟତ ୨୫ କିମି ପର୍ୟ୍ୟନ୍ତ ଚାଷୀଙ୍କୁ ପାଣି ଦେବା ପାଇଁ ଦାବି ଜୋରଧରିଛି କ୍ଷ ପୂର୍ବରୁ ମୁଖ୍ୟନିର୍ମାଣ ଯନ୍ତ୍ରୀ ମୂଖିଗୁଡା ଓ ନିର୍ବାହୀ ଯନ୍ତ୍ରୀ କୁସୁମଖୁଣ୍ଟି ଚିଠି ମାଧ୍ୟମରେ ଡ୍ୟାମରେ ଅଳ୍ପ ପାଣି ଥିବା ଯୋଗୁଁ ୭ କିମି ପର୍ୟ୍ୟନ୍ତ ଜଲଯୋଗାଣ କରିବା ପାଇଁ ନିଷ୍ପତି ନେଇଛନ୍ତି କ୍ଷ ଏହାକୁ ଵିରୋଧ କରି ଚାଷି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ରାସ୍ତା ଅବରୋଧ ଫଳରେ ମୋଟେର ମୁଖୀଗୁଡା ରାସ୍ତା ଦୁଇ ପଟରେ ଗାଡି ମୋଟର ଅଟକି ରହିଛି।।