FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସୁବର୍ଣ୍ଣପୁରରେ ଧାନ ସଂଗ୍ରହ ଅବ୍ୟବସ୍ଥାକୁ ନେଇ ଗର୍ଜିଲେ ଚାଷି ସଂଗଠନ

ସୁବର୍ଣ୍ଣପୁରରେ ଧାନ ସଂଗ୍ରହ ଅବ୍ୟବସ୍ଥାକୁ ନେଇ ଗର୍ଜିଲେ ଚାଷି ସଂଗଠନ

ସୁବର୍ଣ୍ଣପୁରରେ ଧାନ ସଂଗ୍ରହ ଅବ୍ୟବସ୍ଥାକୁ ନେଇ ଗର୍ଜିଲେ ଚାଷି ସଂଗଠନ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଧାନ ସଂଗ୍ରହ ଅବ୍ୟବସ୍ଥାକୁ ନେଇ ଗର୍ଜିଲେ ଚାଷି ସଂଗଠନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଶ୍ରୀ ଗଣେଷ ଆଂଚଳିକ କୃଷକ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନିରେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ମିଲର ମାନଙ୍କ ସହ ମିଶି ଚାଷିଙ୍କୁ ହଇରାଣ କରୁଥିବାବେଳେ ଚାଷିଙ୍କ କୋଟି କୋଟି ଟଙ୍କା ହଡପ କରୁଛନ୍ତି । ମଣ୍ଡି ଦାୟିତ୍ବ ପ୍ରଶାସନ ହାତରେ ଥିବାବେଳେ ମିଲରମାନଙ୍କ ମର୍ଜିରେ ଧାନ ସଂଗ୍ରହ ଚାଲିଥିବା ଅଭିଯୋଗ କରିଛି ସଂଗଠନ । ଦଲାଲମାନଙ୍କ ମାଧ୍ୟମରେ ମିଲର୍ସ ସାରା ଜିଲ୍ଲାରେ ଧାନ ସଂଗ୍ରହ କଣ୍ଟ୍ରୋଲ କରୁଥିବାରୁ ଚାଷିକୁଳ ତଳିତଳାନ୍ତ ହେଉଛନ୍ତି । ମିଲର୍ସମାନେ ଆଣୁଥିବା ମସ୍ଚର ମେସିନରେ ଘଟାଲା କରୁଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ବିଗତ ବର୍ଷମାନଙ୍କରେ ପ୍ରଶାସନ ଓ ମିଲରମାନେ ମିଶି ୧୪ ଶହ କୋଟି ଟଙ୍କାର ଘୋଟାଲା କରିଥିବା ଚାଷିମାନେ ଅଭିଯୋଗ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ଦାବି କରିଛି ସଂଗଠନ । ଧାନ ସଂଗ୍ରହ ପୁର୍ବରୁ ପ୍ରଶାସନକୁ ବିଗତ ଦିନମାନଙ୍କରେ ହେଉଥିବା ଅସୁବିଧା ବିଷୟରେ ଅବଗତ କରିଥିଲା ସଂଗଠନ । ହେଲେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଚଳିତ ବର୍ଷ ମଧ୍ୟ ଚାଷିଙ୍କୁ ଅଭାବି ବିକ୍ରିରେ ପକାଇବା ପାଇଁ ଚକ୍ରାନ୍ତ କରୁଥିବା ସେମାନେ କହିଛନ୍ତି । ଏହାର ସମାଧାନ ନହେଲେ ଚାଷି ସଂଗଠନ ତିବ୍ର ଆନ୍ଦୋଳନ କରିବାକୁ ଚେତାବନି ଦେଇଛି ସଂଘ ।

Leave a Reply

Your email address will not be published. Required fields are marked *

Related Posts