ଷ୍ଟୋନକ୍ରସର ଧୂଳିରେ ଚାଷ ଜମି ନଷ୍ଟ

SHARE NOW :
କଳାହାଣ୍ଡି (ଲାଇଭଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲ ଅନ୍ତର୍ଗତ ମତୁଆଲଗୁଡା ଠାରେ ଅବସ୍ଥିତ ହୋଇଛି ଚାରୋଟି ଷ୍ଟୋନକ୍ରସର ଶ୍ରୀକ୍ଷେତ୍ର ,ବଂଶୀମାଧଵ,ତ୍ରିଶକ୍ତି ,ଶିବଶକ୍ତି କ୍ରସର । ଏହି କ୍ରସର ମାଲିକ ମାନେ ସରକାରୀ ନୀତିନିୟମ କୁ ବେଖାତିରି କରି ବେଧଡକ ଭାବରେ ଦିନରାତି କ୍ରସର ଚଳାଉ ଥିବାରୁ ଉର୍ବର ଚାଷଜମି , ଗଛଳତା ନଷ୍ଟ ହେବାକୁ ବସିଲାଣି ।ସରକାରୀ ନିୟମାନୁଯାଇ ଶିଳ୍ପାଞ୍ଚଳ ପରିସରରେ ମୋଟାପତ୍ର ବିଶିଷ୍ଟ ବୃକ୍ଷ ଅଧିକ ଥିବାବେଳେ ଚାରିପଟରେ ବାର ଫୁଟ ବିଶିଷ୍ଟ ବାଉଣ୍ଡରି ଅଛି ଯାହା ଚାଷ ଜମିକୁ ସୁରକ୍ଷା ପରଦାନ କରେ ।ଏ ବିଷୟ ନେଇ ଚାଷୀମାନେ ଅନେକ ଥର ଜିଲ୍ଲା ପ୍ରଶାସନ କୁ ଲିଖିତ ଜଣାଇଲେ ମଧ୍ୟ କ୍ରସର ମାଲକ ଓ ପ୍ରଶାସନିକ ଅଧିକାରୀ ଙ୍କ ସୁ ସଂର୍ମ୍ପକ ଯୋଗୁଁ ଚାଷୀ କୌଣସି ସନ୍ତୋଷଜନକ ଉତ୍ତର ପାଉନଥିବା ବେଳେ , ପ୍ରସାନିକ ଅଧିକାରୀ କ୍ରସର ସଂଘର ସପକ୍ଷରେ ଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ଏପଟେ କ୍ରସର ର ମାଲବାହି ଗାଡି ପଥର ଖଦାନ ଠାରୁ ପ୍ରତିଦିନ ଜନଗହଳି ପଥଦେଇ ଆସୁଥିବାରୁ ପଥଚାରୀ ,ଚାଷୀମୁଳିଆ ,ଗାଈଗୋଠାଳି ନାକେଦମ ହେବାସହ ଆନ୍ଦୋଳନ ପାଇଁ ଏବେ ସଜବାଜ ହେଲେଣି । ଆଗାମି ଦିନରେ ପ୍ରସାଶନର ପଦକ୍ଷେପ ନହେଲେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ମତ ରଖିଛନ୍ତି ।