FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବୁର୍ଲାରେ ବଢୁଛି ବ୍ଲାକ ଫଙ୍ଗସ ଭୟ, ପୁଣି ଜଣେ ଚିହ୍ନଟ

ବୁର୍ଲାରେ ବଢୁଛି ବ୍ଲାକ ଫଙ୍ଗସ ଭୟ, ପୁଣି ଜଣେ ଚିହ୍ନଟ

ବୁର୍ଲାରେ ବଢୁଛି ବ୍ଲାକ ଫଙ୍ଗସ ଭୟ, ପୁଣି ଜଣେ ଚିହ୍ନଟ
SHARE NOW :

ସମ୍ବଲପୁର(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ସମ୍ବଲପୁରର ବୁର୍ଲା ସ୍ଥିତ ଭିମସାରରେ ବ୍ଲାକ ଫଙ୍ଗସ ଆତଙ୍କ ବଢିବାରେ ଲାଗିଛି । ଭିମସାରରୁ ୩ ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନଙ୍କୁ ଭିମସାରର ସ୍ୱତନ୍ତ୍ର ବିଭାଗରେ ଚିକିତ୍ସା କରାଯାଉଛି ବୋଲି ଭିମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାୟକ କହିଛନ୍ତି ।

ପୂର୍ବରୁ ବ୍ଲାକ୍ ଫଙ୍ଗସରେ ବୁର୍ଲା ଭିମସାରରେ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୨୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଇଏନ୍‌ଟି ବିଭାଗ, ମେଡିସିନ୍ ଏବଂ ଚକ୍ଷୁ ବିଭାଗର ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ଏହି ରୋଗୀଙ୍କ ଚିକିତ୍ସା ଚାଲିଛି। ତେବେ ଆଜି ପୁଣି ୩ ଜଣ ବ୍ଲାକ ପଙ୍ଗସ ରୋଗୀ ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା କରାଯାଉଛି।

Leave a Reply

Your email address will not be published. Required fields are marked *

Related Posts