- Home
- »
- Breaking News
- »
- ବାତ୍ୟା ‘ଜୱାଦ’ ଭୟ, ଆସନ୍ତାକାଲିଠାରୁ ଦୁଇ ଦିନ ବନ୍ଦ ରହିବ ଶିମିଳିପାଳ
ବାତ୍ୟା ‘ଜୱାଦ’ ଭୟ, ଆସନ୍ତାକାଲିଠାରୁ ଦୁଇ ଦିନ ବନ୍ଦ ରହିବ ଶିମିଳିପାଳ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଆସନ୍ତାକାଲିଠାରୁ ଦୁଇ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ବାତ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଆଗକୁ ବାତ୍ୟା ‘ଜୱାଦ୍’ ମାଡିଆସୁଥିବା ବେଳେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୪ ଓ ୫ ତାରିଖ ଦୁଇଦିନ ପାଇଁ ଶିମିଳିପାଳ ବନ୍ଦ ରହିବ । ଏନେଇ ଉତ୍ତର ଶିମିଳିପାଳ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । କରୋନା କାରଣରୁ ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରିଦିଆଯାଇଥିବା ବେଳେ ଗତ ମାସ ୧ ତାରିଖରୁ ପର୍ୟ୍ୟଟକ ଙ୍କ ପାଇଁ ଶିମିଳିପାଳ ଖୋଲିଥିଲା । ସମସ୍ତ ପ୍ରକାର କୋଭିଡ୍ ଗାଇଡଲାଇନକୁ ମାନି ପର୍ୟ୍ୟଟକ ମାନେ ଶିମିଳିପାଳ ର ସୌନ୍ଦର୍ୟ୍ୟକୁ ଉପଭୋଗ କରୁଥିଲେ କିନ୍ତୁ ବର୍ତ୍ତମାନ ବାତ୍ୟା ପୁଣି ଥରେ ଏହା ଉପରେ ରୋକ୍ ଲଗାଇଛି ।
ଶିମିଳିପାଳ ଉପନିର୍ଦ୍ଦେଶକ ସୂଚନା ଅନୁସାରେ ଯଦି ଏହି ଦୁଇ ଦିନ ଭିତରେ ବାତ୍ୟାର ପ୍ରଭାବ ଅଧିକ ରହିଲା ନାହିଁ ତେବେ ପୁର୍ବ ପରି ପୁଣି ଥରେ କରୋନା ଗାଇଡ଼ଲାଇନ୍ କୁ ମାନି ପର୍ୟ୍ୟଟକ ମାନେ ଆସନ୍ତା ୬ ତାରିଖରୁ ଶିମିଳିପାଳ ମଧ୍ୟ ପ୍ରବେଶ କରିପାରିବେ ।