FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଅକ୍ଟୋବରକୁ ଲାଗେ ଡର

ଅକ୍ଟୋବରକୁ ଲାଗେ ଡର

ଅକ୍ଟୋବରକୁ ଲାଗେ ଡର
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଚାଲିଛି ପାର୍ବଣ ଋତୁ । ବିଦାୟ ନେଇଛି ମୌସୁମୀ । କିନ୍ତୁ ମନରେ ଭାରି ଭୟ । ବାତ୍ୟାକୁ ସାଙ୍ଗରେ ନେଇ ଫେରିବନିତ ମୌସୁମୀ । ଲଗାତାର ଭାବରେ ବାତ୍ୟାର ଆଗମନକୁ ନେଇ ଏହିଭଳି ମନରେ ସୃଷ୍ଟି ହେଉଛି ଭୟର ବାତାବରଣ । ୧୯୯୯ ର ମହାବାତ୍ୟା ପରେ ବାତ୍ୟାର ନାଁ ଶୁଣିଲେ ମନରେ କୋକୁଆ ଭୟ ସୃଷ୍ଟି ହୋଇଥାଏ । ପୁଣି ଆସିବନି ତ ବାତ୍ୟା । ରଚିବନି ତ ତାଣ୍ଡବ । ଧ୍ୱଂସ ବିଧ୍ୱସ୍ତ କରିବନି ତ ପ୍ରକୃତିକୁ । ଏବେ ଚାଲିଛି ଅକ୍ଟୋବର ମାସ । ଚାଲିଛି ପାର୍ବଣ ସମୟ । ଠିକ ଏହି ସମୟରେ ଆସିଯାଇଥାଏ ପ୍ରଳୟକାରୀ ବାତ୍ୟା । ଛାରଖାର କରି ଚାଲିଯାଏ ଜନଜୀବନ । କୋଟି କୋଟି ଟଙ୍କାର ନଷ୍ଟ କରିଥାଏ ଧନସଂପତି । ଭାଙ୍ଗିରୁଜି ଦେଇଥାଏ ସବୁ ସ୍ୱପ୍ନ । ଏମିତି ବହୁ ବାତ୍ୟାର ସମ୍ମୁଖୀନ ହୋଇଛି ଓଡିଶା । ଲଗାତାର ଭାବେ ମହାବାତ୍ୟା ପରେ ପରେ ଫାଇଲିନ, ହୁଡହୁଡ,ତିତଲି,ଫନୀ ଓ ୟଶ ଭଳି ବାତ୍ୟାର ସାମ୍ନା କରିଛି ଓଡିଶା ।
ଠିକ ଆଜିକୁ ୧୯୯୯ ମସିହା ମହାବାତ୍ୟା ପରେ ସବୁଠାରୁ ଅତି ଭୟଙ୍କର ସାମୁଦ୍ରିକ ଝଡ ଫାଇଲିନ ବାତ୍ୟାର ସମ୍ମୁଖୀନ କରିଥିଲା ଓଡିଶା । ସେହି ଫାଇଲିନ ବାତ୍ୟାକୁ ଆଜି ପୁରିଛି ୮ବର୍ଷ । ବାତ୍ୟା ବିପର୍ଯୟର ସଫଳ ମୁକାବିଲା କରିଥିଲା ଓଡିଶା ପ୍ରଶାସନ । ତଥାପି ପ୍ରକୃତି ତାର ତାଣ୍ଡବ ରଚିଥିଲା । ନଷ୍ଟ କରିଦେଇଥିଲା ସବୁକିଛି । ୨୦୧୩ମସିହା ଅକ୍ଟୋବର ୧୨ତାରିଖରେ ସ୍ଥଳଭାଗ ଛୁଇଁଥିଲା ଏହି ଭୟଙ୍କର ବାତ୍ୟା । ଗଂଜାମରେ କରିଥିଲା ଲ୍ୟାଣ୍ଡଫଲ । ବର୍ଷାପବନରେ ଛାରଖାର ହୋଇଯାଇଥିଲା ବ୍ରହ୍ମପୁର ସହର । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଥିଲା ୨୨୦ କିମି ପ୍ରତି ଘଂଟା । ୧୯୯୯ ମହାବାତ୍ୟା ପରେ ସବୁଠାରୁ ବଡ ବାତ୍ୟା ଥିଲା କିନ୍ତୁ ଏଥିରେ ମୃତ୍ୟୁସଂଖ୍ୟ ୩୦-୪୦ ଭିତରେ ଥିଲା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଓଡିଶାରେ ଏତେ ବଡ ପରିବର୍ତ୍ତନ କିପରି ହେଲା । ଏତେ ବଡ ବିପର୍ଯ୍ୟୟର ସାମ୍ନା ଓଡିଶା କିପରି କଲା । ବାତ୍ୟା ପାଇଁ ପ୍ରାୟ ୧୨ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥାନାନ୍ତରଣ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବରେ ତତ୍ୱାବଧାନ କରୁଥିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ଯୋଗୁ ପ୍ରାୟ ସାଢେ ୪କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ଆଗୁଆ ତତ୍ପରତା ଯୋଗୁ ହଜାର ହଜାର ଜନଜୀବନ ବଂଚିଗଲା । ଓଡିଶା ଇଚ୍ଛିହାସରେ ଫାଇଲିନ ବାତ୍ୟା ରାଜ୍ୟର ବିପର୍ଯୟ ମୁକାବିଲା ପରିଚାଳନାରେ ଏକ ମାଇଲ ଖୁଂଟ ହୋଇ ରହିଥିବା ବେଳେ ଆଜି ସେହି ବାତ୍ୟାକୁ ୮ବର୍ଷ ପୁରିଛି ।
ଏହାରି ଭିତରେ ପୁଣି ଏକ ଘୂର୍ଣ୍ଣିବଳୟ ଘନୀଭୂତ ହେବାରେ ଲାଗିଛି । ଲଘୁଚାପର ରୂପ ନେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେଇଥିବା ଘୂର୍ଣ୍ଣିବଳୟ । ଏନେଇ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ବଢିବ । ଆସନ୍ତା ୧୫ ଓ ୧୬ତାରିଖ ବେଳକୁ ଏହା ପଶ୍ଚିମ ଉତ୍ତର ଓ ପଶ୍ଚିମ ଦିଗରେ ଗତି କର ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହା ଘନୀଭୂତ ହୋଇ ଅବପାତ ଏବଂ ଗଭୀର ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Related Posts