- Home
- »
- Breaking News
- »
- ମହିଳା ହାର୍ଡକୋର ମାଓବାଦୀଙ୍କ ଆତ୍ମ ସର୍ମପଣ
ମହିଳା ହାର୍ଡକୋର ମାଓବାଦୀଙ୍କ ଆତ୍ମ ସର୍ମପଣ

SHARE NOW :
ନବରଙ୍ଗପୁର(ଲାଇଭ ଓଡିଶା ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ ଆସିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ କୋରାପୁଟ ପୋଲିସ ଊଓଏ ପଣ୍ଡିତ ରାଜେଶ । ଏହି ଅବସରରେ ଜିଲ୍ଲା ପୋଲିସ ମୁଖ୍ୟାଳୟର ବୈଠକ ଗୃହ ଠାରେ ସାମ୍ବାଦିକ ସମ୍ୱିଳିନୀ ଅନୁଷ୍ଠିତ ହେଇଥିଲା l କମାଲେଶ୍ୱରି ମରାଇ( ଅମିଲା) ହନମୁଣ୍ଡି ଗ୍ରାମ, ବିଶ୍ରାମପୁରି ଛତିଶଗଡ଼ ର ହାର୍ଡକୋର ମହିଳା ମାଓବାଦୀ ଙ୍କ ଆତ୍ମସମର୍ପଣ କରିଥିବ ନେଇସୂଚନା ଦେଇଛନ୍ତି ପୋଲିସ ଡିଆଇଜି । ଏହି ମହିଳା ମାଓବାଦୀ ଜଣକ ଉଚ୍ଚ ଶିକ୍ଷିତା, କମ୍ପ୍ୟୁଟର ଚଳାଇବା ଜାଣିଥିବା ସହ ବିଭିନ୍ନ ଆଗ୍ନେୟଅସ୍ତ୍ର ଚଳାଇବା ର ଅଭିଜ୍ଞତା ରହିଛି, ମାଓ କ୍ୟାଡ଼ର ମାନଙ୍କୁ ଶିକ୍ଷାଦାନ କରୁଥିଲେ। ଓଡ଼ିଶା ରେ ମାଓବାଦୀ ମାନଙ୍କ ପାଇଁ ଥିବା ଭଲ ସ୍କିମ୍ ,ସୁରକ୍ଷା ଏବଂ ସମାଜ ର ମୂଖ୍ୟତ୍ସୋତରେ ସାମିଲ ହେବା ପାଇଁ ମନସ୍ଥ କରିବା ସହ ମାଓବାଦୀ ଙ୍କ ସାମିଲ ହେବା ସମୟରେ ଯେଉଁ ପ୍ରତିଶୃତି ଦେଇଥିଲେ ତାହାର ବିପରୀତ ହେଉଛି । ଏଣୁ ନବରଙ୍ଗପୁର ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ୨୦୧୯ ରୁ ମାଓ ସଂଗଠନ ସହ ଜଡ଼ିତ ଥିଲେ ଏବଂ ଏବେ ଦଳ ଛାଡିଥିବା ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ କୋରାପୁଟ ଊଓଏ ରାଜେଶ ପଣ୍ଡିତ ସୁଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ ଉଜଚୠ ୨ଘଊ କମାଣ୍ଡେଣ୍ଟ ଘ ରତନ କୁମାର ସିଂହ,ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକଙ୍କ ପୁରୁଷୋତ୍ତମ ଦାସ। ଅନ୍ୟ ମାଓବାଦୀ ମଧ୍ୟ ସମାଜ ର ମୂଖ୍ୟତ୍ସୋତରେ ସାମିଲ ହେବା ପାଇଁ ଆହ୍ବାନ ମଧ୍ୟ ଦେଇଛନ୍ତି ।