FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଲାଞ୍ଚ ନେବା ସାଜିଲା କାଳ, ଭିଜିଲାନ୍ସ ହାତରେ ମହିଳା ଆରଆଇ

ଲାଞ୍ଚ ନେବା ସାଜିଲା କାଳ, ଭିଜିଲାନ୍ସ ହାତରେ ମହିଳା ଆରଆଇ

ଲାଞ୍ଚ ନେବା ସାଜିଲା କାଳ, ଭିଜିଲାନ୍ସ ହାତରେ ମହିଳା ଆରଆଇ
SHARE NOW :

କୋରାପୁଟ (ଲାଇଭ ଓଡିଶା ନ୍ୟୁଜ୍‌) : ରାଜ୍ୟରେ ସିଂଘମ ସାଜିଛି ଭିଜିଲାନ୍ସ । ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସର ଶପଥ ନେଇଛି ଭିଜିଲାନ୍ସ । ଗୋଟେ ଗୋଟେ କରି ଦୁର୍ନୀତିଖୋରଙ୍କୁ ସାମ୍ନାକୁ ଆଣୁଛି । ନିକଟରେ ଅନେକ ଉଚ୍ଚପଦସ୍ତ ୍‌ଧିକାରୀମାନେ ଭିଜିଲାନ୍ସ ହାତରେ ଧରାପଡିଲେଣି । ହେଲେ ଏମାନଙ୍କୁ ନା ଅଛି ଡର, ନା ଅଛି ଭୟ । ବେଧଡକ ଭାବରେ ଦିନରାତି ଲୁଟିଚାଲିଛନ୍ତି ସରକାରୀ ଅର୍ଥ । ଅନେକ କର୍ମୀ ଧରାପଡିବା ପରେ ଏବେ ମଧ୍ୟ ଲାଞ୍ଚ ନେବାରୁ ଫୁରସତ ନେଉନାହାନ୍ତି ସରକାରୀ କର୍ମଚାରୀ । ଲାଞ୍ଚ ନେବା ସାଜିଲା କାଳ । ଧରା ପଡିଲେ କୋରାପୁଟ ଜିଲ୍ଲା ସେମିଳିଗୁଡା ତହସିଲ ଦୁଧାରୀ ଆରଆଇ କ୍ଷିରାବ୍ଧି ତନ୍ମୟା ସ୍ୱାଇଁ । ମୃତ୍ୟୁ ପଞ୍ଜିକରଣ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁରେ ଫସିଗଲେ ତନ୍ମୟା । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରସାୟନ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ଧରିଥିଲେ ବିଭାଗୀୟ ଅଧିକାରୀ ।
ମିଳିଥିବା ସୂଚନା ଅନୁସାରେ ଡୋଳିଆମ୍ବ ଗ୍ରାମର ଜୟରାମ ପାଙ୍ଗି ମୃତ୍ୟୁ ପଞ୍ଜିକରଣ ପାଇଁ ତାଙ୍କ ପାଖକୁ ଯାଇଥିଲେ । ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କ୍ଷିରାବ୍ଧି । ଏନେଇ ଜୟରାମ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ଅଭିଯୋଗ କରିଥିଲେ । ଆଜି କ୍ଷିରାବ୍ଧି ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ୬ ଜଣିଆ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲେ ।

Leave a Reply

Your email address will not be published. Required fields are marked *

Related Posts