- Home
- »
- Breaking News
- »
- ୩ମାସ ପାଇଁ ଚାଲିବନି ୫୦ଟି ଟ୍ରେନ, ସୂଚନା ଦେଲା ରେଳବାଇ
୩ମାସ ପାଇଁ ଚାଲିବନି ୫୦ଟି ଟ୍ରେନ, ସୂଚନା ଦେଲା ରେଳବାଇ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜି ଠାରୁ ୫୦ଟି ଟ୍ରେନକୁ ବାତିଲ କରାଯାଇଛି । ପ୍ରାୟ ୩ମାସ ପର୍ଯ୍ୟନ୍ତ ଚାଲିବନି ୫୦ଟି ଟ୍ରେନ୍ । ଶୀତ ଓ କୁହୁଡି କାରଣରୁ ଟ୍ରେନ ଗୁଡିକୁ ବାତିଲ କରାଯାଇଛି । ଶୀତ ଓ କୁହୁଡି କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପ୍ରତ୍ୟେକ ବର୍ଷ ଏକ ନିର୍ଦ୍ଧିଷ୍ଟ ସମୟ ପାଇଁ କିଛି ଟ୍ରେନ୍ ସେବାକୁ ବାତିଲ କରିଥାଏ । ଚଳିତ ବର୍ଷ ଡିସେମ୍ବର ୧ ତାରିଖ ଠାରୁ ହାଜୀପୁର ଜୋନର ବିଭିନ୍ନ ଷ୍ଟେସନରୁ ଯାତ୍ରା ଆରମ୍ଭ କରୁଥିବା ୫୦ଟି ଟ୍ରେନ୍ର ସେବାକୁ ବାତିଲ କରିଦେଇଛି। ସେହିପରି କିଛି ଟ୍ରେନ୍ର ଯାତ୍ରାକୁ ହ୍ରାସ କରିଦିଆଯାଇଛି। ପୂର୍ବ-ମଧ୍ୟ ରେଳପଥର ସିପିଆରଓ ରାଜେଶ କୁମାର କହିଛନ୍ତି, କୁହୁଡି ଯୋଗୁଁ ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳ ପରିଚାଳନାକୁ ସୁନିଶ୍ଚିତ କରିବା ଲାଗି ୨୦୨୧ ଡିସେମ୍ବର ୧ ତାରିଖ ଠାରୁ ୨୦୨୨ ମାର୍ଚ୍ଚ ୧ ତାରିଖ ପର୍ୟ୍ୟନ୍ତ କିଛି ଟ୍ରେନ୍ର ପରିଚାଳନାକୁ ବାତିଲ କରିଦିଆଯାଇଛି। ମୋଟ ୫୦ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ ୨ଟି ଟ୍ରେନ୍ ଆଂଶିକ ରୂପେ ପରିଚାଳିତ ହେବ ଏବଂ ୨ଟି ଟ୍ରେନ୍କୁ ପରିବର୍ତ୍ତିତ ମାର୍ଗରେ ପରିଚାଳନା କରିବାକୁ ପୂର୍ବ-ମଧ୍ୟ ରେଳପଥ ନିଷ୍ପତ୍ତି ନେଇଛି।