FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. କିସରେ “ଫୁଟବଲ ଫର୍ ସ୍କୁଲ” ଉଦଘାଟିତ

କିସରେ “ଫୁଟବଲ ଫର୍ ସ୍କୁଲ” ଉଦଘାଟିତ

କିସରେ “ଫୁଟବଲ ଫର୍ ସ୍କୁଲ” ଉଦଘାଟିତ
SHARE NOW :


ଭୁବନେଶ୍ୱର,(ଲାଇଭ୍‌ଓଡିଶା ନ୍ୟୁଜ): ଫିଫା ଓ କିସ୍ ର ମିଳିତ ସହଯୋଗରେ ବୁଧବାର କିସରେ ଫୁଟବଲ ଫର୍ ସ୍କୁଲ୍ କାର୍ଯ୍ୟକ୍ରମ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ୍ ଭାବରେ ଉଦ୍‌ଘାଟନ କରିଛନ୍ତି । କରୋନା ନିୟମ ପାଳନ କରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଇଜର୍ଲ୍ୟାଣ୍ଡ ସାଂସଦ ଡ. ନିକ୍ ଗଗର୍, ଫିଫା ସଭାପତି ଜିଏନି ଇନ୍‌ଫାଟିନୋ ଭରଚୁଆଲ୍ ରେ ଯୋଗ ଦେଇଥିବା ବେଳେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତଷୁ।ରକାନ୍ତି ବେହେରା, ଫଫି । ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ଅଧିକାରୀ ୟୁରୀ ଡିଜୋରକେଫ୍, ଫିଫା “ଫୁଟବଲ ଫର୍ ସ୍କୁଲ ପ୍ରୋଜେକ୍ଟ ଲିଡର୍ , ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର୍ ତଥାସଚିବ ଆର୍ ଭିନିଲକ୍ରିଷ୍ଣ ଇନ୍‌ଫାଟିନୋ, ଅଲ୍ ଇଣ୍ଡିଆ ଫୁଟବଲ ଫେଡ଼େରେସନ୍ (ଏଆଇଏଫ୍ଏଫ୍) ସାଧାରଣ ସମ୍ପାଦକ କୁଶଲ ଦାସ, ଓଡ଼ିଶା ଫୁଟବଲ ଆସୋସିଏସନ୍ ସଭାପତି ଦେବାଶିଷ ସାମନ୍ତରାୟ ଓ ସମ୍ପାଦକ ଆଶୀର୍ବାଦ ବେହେରା, ଫିଫା ପଦାଧିକାରୀ,ଆଲେକଜାଣ୍ଡ୍ରୋ ହୁଟେ , ଆଣ୍ଟେନିଓ ବିଏନେନୋ ଏବଂ ଆଲବୋଟୋ ଜିଆକୋମିନି ପ୍ରମୁଖ ଯୋଗଦେଇଥିଲେ । ପ୍ରଥମଥର ଲାଗି ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ କ୍ରୀଡ଼ା କ୍ଷେତ୍ରରେ ବିନିଯୋଗ ହିଁ ଯୁବକଙ୍କ ପାଇଁ ବିନିଯୋଗ । ଯୁବକଙ୍କ କ୍ଷେତ୍ରରେ ବିନିଯୋଗ ହେଉଛି ଭବିଷ୍ୟତ ପାଇଁ ବିନିଯୋଗ । ଏହି ପ୍ରକାର ସହଯୋଗ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ଫୁଟବଲ୍କୁ ଅନ୍ତର୍ଭୁକ୍ତ କରିବା ତୃଣମୂଳସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ଫୁଟବଲ୍ ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଗତ ଦୁଇ ଦଶନ୍ଧୀ ଧରି କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ବ୍ୟାପକ ପ୍ରୋତ୍ସାହନ ପାଇଁ ପ୍ରୟାସ କରି ଆସିଥିବା କିଟ୍ ଓ କିସ୍ ର ଭୂୟସୀ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । ଡ. ଗଗର୍ କହିଲେ ନବୀନ ପଟ୍ଟନାୟକଙ୍କ ନେନୃତ୍ୱରେ ଓଡ଼ିଶା କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ବ୍ୟାପକ ଭାବେ ପ୍ରୋତ୍ସାହନ ଯୋଗାଇ ଦେଇ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଡ. ଅଚ୍ୟୁତ ସାମନ୍ତଙ୍କ ଅବଦାନର ଭୂୟସୀ ପ୍ରଶଂସା କରି ସେ କହିଲେ ଶ୍ରୀ ସାମନ୍ତ ବ୍ୟାପକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ସହ କ୍ରୀଡ଼ାବିତ୍ଙ୍କୁ ଯେଉଁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ।ସେଥିପାଇଁ ଆଜି କିଟ୍ ଓ କିସ୍‌ର କ୍ରୀଡ଼ାବିତ୍ ଭାରତକୁ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଗୌରବ ଆଣିଦେଉଛନ୍ତି । ଭାରତରେ ଫିଫାର ଏଭଳି ପ୍ରୟାସ ପ୍ରଥମ ବୋଲି ଡ. ଗଗର୍ କହିଥିଲେ । କ୍ରୀଡ଼ାକୁ ପ୍ରୋତ୍ସାହନ କ୍ଷେତ୍ରରେ ବୈପ୍ଲବିକ ପ୍ରୟାସ ପାଇଁ ଫିଫାର ସଭାପତି ଇନ୍‌ଫାଣ୍ଟିନୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇ କହିଲେ, ଆଜି ଭାରତରେ“ଫୁଟବଲ ଫର୍ ସ୍କୁଲ ଉଦଘାଟିତ ହେଉଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ।
। ସ୍ୱାଗତ ଭାଷଣ ଦେଇ ଶ୍ରୀ ସାମନ୍ତ କହିଲେ, ଫିଫା ସଭାପତିଙ୍କ ଏହି ବୈପ୍ଲବିକ ପ୍ରୟାସ ଭାରତରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟ୍ବଲ୍ ପ୍ରତି ଆଗ୍ରହ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମକୁ ସଫଳ ରୂ ।ୟନ ପାଇଁ କିଟ୍ ଓ କିସ୍ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଗତ୨୫ ତାରିଖରୁ ଫିଫା ପକ୍ଷରୁ ଟ୍ରେନିଂ ଫର୍ ଟ୍ରେନର ଆରମ୍ଭ ହୋଇଛି । ଏଥିରେ ରାଜ୍ୟର ୧୦୦ଟି ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଏବଂ କିଟ୍ ଓ କିସ୍ର ୧୦୦ଜଣ ଫୁଟବଲ୍ ଖେଳାଳି ଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts