- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ବିଜେଡିରେ ମିଶିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ
ବିଜେଡିରେ ମିଶିବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) ଓଡିଶାରେ ଏକ ସ୍ଥିର ସରକାର ଗଠନ କରିବାରେ ସମର୍ଥ ହୋଇଛି ବିଜେଡି ଦଳ । ଏବଂ ଏହି ସ୍ଥିର ସରକାର ଦେବାରେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ହାତମୁଠାକୁ ଟାଣ କରିବା ପାଇଁ ମୁଁ ବିଜେଡିରେ ଯୋଗ ଦେବି । ଏକ ସାମ୍ବାଦିକ ସମ୍ମିଳନୀରେ ଏହିପରି ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାୀଝୀ ।
ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦୁଇଦିନ ତଳୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଏହି ଇସ୍ତଫା ଦେଇଥିଲେ। ଦଳରେ ଜନସେବା ସୁଯୋଗର ଅଭାବ ଯୋଗୁ ସେ ଦୁଃଖ ଏବଂ କଷ୍ଟର ସହ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବୋଲି କହିଥିଲେ ପ୍ରଦୀପ ମାୀଝୀ । । ପୂର୍ବରୁ ପ୍ରଦୀପ ବିଜେଡିରେ ମିଶିବା ପାଇଁ କଂଗ୍ରେସ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଥିଲା। ଏଥିରେ ସେ ନିଜେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଖୁବ୍ଶୀଘ୍ର ସେ ବିଜେଡିରେ ମିଶିବାକୁ ଯାଉଛନ୍ତି ବୋଲି କହିଛନ୍ତି। ଖବର ଅନୁସାରେ ଆସନ୍ତା ୨୬ ତାରିଖରେ ସେ ବିଜେଡିରେ ସାମିଲ ହେବେ।