FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କଳ୍ପନା ଜଳ୍ପନାର ଘଟିଲା ଅନ୍ତ, କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

କଳ୍ପନା ଜଳ୍ପନାର ଘଟିଲା ଅନ୍ତ, କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

କଳ୍ପନା ଜଳ୍ପନାର ଘଟିଲା ଅନ୍ତ, କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ହାତ ଛାଡିଲେ ପ୍ରଦୀପ ମାଝୀ । କଂଗ୍ରେସର ପୁର୍ବତନ ସାଂସଦ ତଥା ଓଡିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ଦଳ ଏବେ ସେ ନିରାଶଜନକ ସ୍ଥିତିରେ ଗତି କରୁଥିବା ସହିତ ଏବେ ଜନସେବା କରିବାର ସୁଯୋଗ ନଥିବାରୁ ମାଝୀ ବାବୁ କଂଗ୍ରେସରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ବର୍ତ୍ତମାନ ଦଳ ସାଧାରଣ ଲୋକଙ୍କଠାରୁ ବିଶ୍ବସନୀୟତା ହରାଇଛି, ଯାହାକୁ ପୁନର୍ବାର ଫେରାଇ ଆଣିବା ପାଇଁ ସମୟ ଲାଗିବ ବୋଲି ସେ କହିଛନ୍ତି । ଏହାଫଳରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଦୁର୍ଗ ଭୁଶୁଡ଼ିଛି। ଏହା କଂଗ୍ରେସ ଦଳ ପାଇଁ ଶକ୍ତ ଧକ୍କା ବୋଲି କୁହାଯାଉଛି । ପ୍ରଦୀପ ମାଝୀ ନବରଙ୍ଗପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଗତ କିଛି ମାସ ହେବ ପ୍ରଦୀପ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା, ଯାହାକୁ ନେଇ ରାଜ୍ୟ କଂଗ୍ରେସ ଚିନ୍ତାରେ ରହିଥିଲା। ତେବେ ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଶ୍ରୀ ମାଝୀ କିଛି ଦିନ ତଳେ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ଆଜି ସକାଳୁ ହଠାତ୍ ପ୍ରଦୀପ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତାଙ୍କ ଇସ୍ତଫା ପତ୍ରକୁ ମେଲ୍ ମାଧ୍ୟମରେ ପଠାଇଥିବା ଜଣାପଡିଛି । ତାଙ୍କ ଇସ୍ତଫାପତ୍ର ରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ କଂଗ୍ରେସରେ କିଛି ନେତା କିଛି ଗୁରୁତ୍ବ ପୁର୍ଣ୍ଣ ପଦପଦବିରେ ରହି ନିୟମକୁ ନମାନି ଦଳକୁ ନିମ୍ନଗାମୀ କରିବା ପାଇଁ ଉଦ୍ୟମ କରୁଛନ୍ତି। ଯାହାକି ଦଳକୁ ପୁନଃର୍ଗଠନ ପାଇଁ ସମୟସାପେକ୍ଷ ବୋଲି ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Related Posts