FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ, ଏମ୍ସରେ ଭର୍ତ୍ତି

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ, ଏମ୍ସରେ ଭର୍ତ୍ତି
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ ଥିବା ନେଇ ସୂଚନା । ହୃଦରୋଗ ଜନିତ ସମସ୍ୟା କାରଣରୁ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସେ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିବା ବେଳେ ତାଙ୍କୁ ଏମ୍ସର ଟ୍ରମା ସେଂଟରରେ ଭର୍ତ୍ତି କରାଯାଇଥିଲା ତେବେ ସେ କରୋନାରୁ ସୁସ୍ଥ ହୋଇ ଅପ୍ରେଲ ୨୯ରେ ଡିସଚାର୍ଜ ହୋଇଥିଲେ । ପୂର୍ବରୁ ମନମୋହନ ସିଂ ମଧୁମେହ ରୋଗରେ ପୀଡିତ ଥିବାବେଳେ ହୃଦରୋଗ କାରଣରୁ ତାଙ୍କର ବାଇପାସ ସର୍ଜରୀ ମଧ୍ୟ ହୋଇସାରିଛି । ୧୯୯୦ ୟୁକେରେ ହୋଇଥିଲା ତାଙ୍କର ପ୍ରଥମ ଅସ୍ତ୍ରୋପଚାର । ଏହାପରେ ୨୦୦୯ରେ ଏମ୍ସରେ ମନମୋହନଙ୍କ ଦ୍ବିତୀୟ ଅସ୍ତ୍ରୋପଚାର ମଧ୍ୟ ସଫଳ ରହିଥିଲା । ତେବେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା ।

Leave a Reply

Your email address will not be published. Required fields are marked *

Related Posts