ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ୪ ନୂଆ ବିଚାରପତି

SHARE NOW :
କଟକ,୩୦.୯ (ଲାଇଭ୍ ଓଡିଶା ନ୍ୟୁଜ୍): ସୁପ୍ରିମକୋର୍ଟ ୪ ଜଣଙ୍କୁ ଓଡିଶାର ନୂତନ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ମଂଜୁରୀ ପ୍ରଦାନ କରିଛନ୍ତି । ବିଚାରପତିଙ୍କ ଅଭାବ ଯୋଗୁଁ ମକଦ୍ଧମାଗୁଡ଼ିକର ତ୍ୱରିତ ସମାଧାନ ହୋଇପାରୁନଥିଲା ନୂତନ ବିଚାରପତି କାର୍ଯ୍ୟରେ ଯୋଗଦାନ କରିବା ପରେ ହାଇକୋର୍ଟରେ ବିଚାରପତି ଅଭାବ ସମସ୍ୟା ଦୂରୀଭୂତ ହୋଇପାରିବ । ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ୪ ନୂଆ ବିଚାରପତି ।
ସେମାନଙ୍କ ମଧ୍ୟରୁ ୨ ଜଣ ବାରରୁ ଆସିଥିବାବେଳେ ଆଉ ୨ ଜଣ ଜୁଡ଼ିସିଆଲ ଅଫିସର ଅଛନ୍ତି । ତେବେ ବାରରୁ ବରିଷ୍ଠ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ବିଚାରପତି ଭାବେ ନିଯୁକ୍ତି ପାଇବାର ଥିବାବେଳେ ଜୁଡ଼ିସିଆଲ ଅଫିସର ଶଶୀକାନ୍ତ ମିଶ୍ର ଓ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯିବ ।
ତେବେ ସେମାନେ କେବେ ଶପଥ ଗ୍ରହଣକରି ଦାୟିତ୍ୱ ନେବେ ତାରିଖ ସ୍ପଷ୍ଟ ହୋଇନାହିଁ ।