ଗୋଲାମୁଣ୍ଡା ଜନକଲ୍ୟାଣର ୱେବ ଏବଂ ଡିଜିଟାଲ ମିଡ଼ିଆ ସଂଘ ର ବନ୍ଧୁ ମିଳନ

SHARE NOW :
କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଜନକଲ୍ୟାଣ ୱେବ ଏବଂ ଡିଜିଟାଲ ମିଡିଆ ସଂଘ ପକ୍ଷରୁ ଚୋରା ପାହାଡ଼ ପାଦଦେଶରେ ଅବସ୍ଥିତ ଗଦଲାଝରନ ଶିବମନ୍ଦିର ପାଖରେ ବନ୍ଧୁ ମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଦଶପୁର ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରହାସ୍ୟ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ମିଡ଼ିଆ ବନ୍ଧୁ ମାନଙ୍କୁ ଉତ୍ସାହ ଉଦ୍ଦୀପନା ଦେଇଥିଲେ । ସଂଘ ର ସଭାପତି ରାମକୁମାର ସେନାପତି ସଭା ପରିଚାଳନା କରିଥିଲେ ଓ ସଂଘ ସଂପାଦକ ଇଶ୍ଵରୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।ଏହିବନ୍ଧୁ ମିଲନ କାର୍ୟ୍ୟକ୍ରମ ରେ ଖିରସିନ୍ଧୁ ପଟେଲ,ବିଶିକେଶନ ଯୋତିଶ,କପୁଚନ ସେଠିଆ, ବ୍ରହ୍ମା ପ୍ରସାଦ କାଣ୍ଡ,ରାଇଚନ ଅଘରିଆ, ମହେନ୍ଦ୍ର ଦାସ, କୃଷ୍ଣ ଚନ୍ଦ୍ର ମହାନନ୍ଦ, ଗୋପବନ୍ଧୁ ସୁନାରି, ଅଶ୍ୱିନୀ ମଲ୍ଲିକ,ଉପେନ୍ଦ୍ର ବଗର୍ତ୍ତୀ,ଧନରାଜ କେତକୀ,ଦମ୍ବରୁଧର ଜାଲ, ସୁରେନ୍ଦ୍ର ଜାଲ, କ୍ରିଷ୍ଣା ଦାସ ନାଏକ, ରବିନ୍ଦ୍ର ରାଉତ , ଉଦିଆ ନିଆଲ ପ୍ରମୂଖ ଉପସ୍ଥିତ ରହି ବନ୍ଧୁମିଳନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।