- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- କାଲି ଠାରୁ ମେ ୨ ତାରିଖ ଯାଏଁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
କାଲି ଠାରୁ ମେ ୨ ତାରିଖ ଯାଏଁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

SHARE NOW :
ଭୁବନେଶ୍ୱର (ଲାଇଭ ଓଡ଼ିଶା): ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ୨୮ ଏପ୍ରିଲ୍ରୁ ମେ ୨ ତାରିଖ ଯାଏଁ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ନେଇ ଘୋଷଣା ହୋଇଛି ।
କ୍ଲାସ୍ ବନ୍ଦ ରହିଥିଲେ ମଧ୍ୟ ଏହି ସମୟ ମଧ୍ୟରେ ହେବାକୁ ଥିବା ପରୀକ୍ଷା ଚାଲୁ ରହିବ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସୂଚନା ଦେଇଛି ।
ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ।