- Home
- »
- Breaking News
- »
- ପ୍ରତାରଣା ପାଇଁ ଯୁବତୀଙ୍କ ଆତ୍ମହତ୍ୟା
ପ୍ରତାରଣା ପାଇଁ ଯୁବତୀଙ୍କ ଆତ୍ମହତ୍ୟା

SHARE NOW :
ସମ୍ବଲପୁର(ଲାଇଭ ଓଡିଶା ନ୍ୟୁଜ): ସେ ମୋତେ ଠକିଦେଲା । ବାହା ହେବ କହି ମୋର ସବୁ ନେଇଗଲା । ପରେ ମତେ ବିରହ ନିଆଁରେ ଛାଡି ଚାଲିଗଲା । ବିବାହର କଥା ଦେଇ ଶାରୀରିକ ସଂପର୍କ ରଖିଲା କିନ୍ତୁ ବିବାହ ପାଇଁ ମନା କଲା । ବିବାହ ପାଇଁ ଅନୁରୋଧ କରିବାରୁ ସେ କହିଲା ତତେ ବରବାଦ କରିବାର ଥିଲା କରିଦେଲି ଆଉ ତୁ ମରିଗଲେବି ତୋତେ ବାହା ହେବିନି । ଶେଷରେ ସବୁ ଆଶା ମଉଳି ଗଲା ପରେ ମୋତେ ମରିବାକୁ ବାଧ୍ୟ କଲା । ଏମିତି ଚିଠି ଲେଖି ଜଣେ ଯୁବତୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଘଟିଛି ସମ୍ବଲପୁରର ରେଢାଖୋଲରେ । ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ମରିବା ପୂର୍ବରୁ ମରିବାର କାରଣ ନିଜେ ଲେଖିଦେଇଯାଇଛନ୍ତି । ଯାହା ପୋଲିସ ଜବତ କରିଛି । ପ୍ରେମ ଓ ପ୍ରତାରଣା ଯୋଗୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବତୀ ଜଣକ ହେଉଛନ୍ତି ଚାରମାଳ ଥାନା ଅନ୍ତର୍ଗତ କରଡାପାଲ ଗାଁର ରଂଜିତା ଧଳ । ଯୁବତୀ ଜଣଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ପ୍ରେମରେ ଧୋକା ଖାଇଥିଲେ । ଖବର ଅନୁସାରେ ଯୁବତୀ ଜଣକ ରେଲୱେ ଟ୍ରାକ ନିକଟରେ ମୋବାଇଲରେ କଥା ହେଉଥିଲେ । ଏହି ସମୟରେ ସେ କାନ୍ଦିବା ସହ ବ୍ୟସ୍ତ ଥିବା ଜଣାପଡୁଥିଲେ । ତେବେ ସେହି ସମୟରେ ଏକ ମାଲବାହୀ ଟ୍ରେନ ଆସିବାରୁ