FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିଶ୍ଵ ସଞ୍ଚୟ ପକ୍ଷ ଅବସରରେ ପାକ୍ଷିକ ମିତ୍ତବ୍ୟୟ ସଚେତନତା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବିଶ୍ଵ ସଞ୍ଚୟ ପକ୍ଷ ଅବସରରେ ପାକ୍ଷିକ ମିତ୍ତବ୍ୟୟ ସଚେତନତା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବିଶ୍ଵ ସଞ୍ଚୟ ପକ୍ଷ ଅବସରରେ ପାକ୍ଷିକ ମିତ୍ତବ୍ୟୟ ସଚେତନତା ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
SHARE NOW :

ନୂଆପଡା(ଲାଇଭ ଓଡିଶା ନ୍ୟୁଜ): ନୂଆପଡ଼ା ଜିଲ୍ଲା ବୋଡ଼େନ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ଠାରେ ଅର୍ଥ ବିଭାଗ ଓଡ଼ିଶା ସରକାର, ଜିଲ୍ଲା ପ୍ରଶାସନ ନୂଆପଡ଼ା ଓ ଜାତୀୟ ସେବା ସଂସ୍ଥା ବୋଡ଼େନ ୟୁନିଟ -୧ ର ମିଳିତ ଉଦ୍ୟମରେ ବିଶ୍ଵ ସଞ୍ଚୟ ପକ୍ଷ ଅବସରରେ ପାକ୍ଷିକ ମିତ୍ତଵ୍ୟୟ ସଚେତନତା ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୋଡ଼େନ ଡିଗ୍ରୀ କଲେଜ ଅଧ୍ୟାପକ ଓଡ଼ିଆ ବିଭାଗ ଡକ୍ଟର କିଶୋର କୁମାର କର୍ଣ୍ଣ ମଞ୍ଚପରିଚାଲାନା , ଅତିଥି ପରିଚୟ ଓ ସ୍ବାଗତ ସମ୍ଭାଷଣ ଦେଇଥିଲେ । କଲେଜ ଅଧ୍ୟକ୍ଷ ଅବନୀ ଖମରୀଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ବୋଡ଼େନ ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ଭୋଇ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ରୂପରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଅର୍ଥନୀତି ଅଧ୍ୟାପକ ତଥା ଜାତୀୟ ସେବା ସଂସ୍ଥା ର ଜିଲ୍ଲା ଯୋଜନା ଅଧିକାରୀ ସନ୍ତୋଷ କୁମାର ମୁଣ୍ଡ, ଡଋଙ ହିମାଂଶୁ ଶେଖର କୁମ୍ଭାର, ସବ୍ ପୋଷ୍ଟ ମାଷ୍ଟର କୋମନା ମନୋଜ କୁମାର ମେହେର ମଞ୍ଚାସିନ ଥିଲେ । ଶିବିରରେ ଅଧ୍ୟାପକ ଅର୍ଥନୀତି ବିଭାଗ ସନ୍ତୋଷ କୁମାର ମୁଣ୍ଡ , କିଶୋର କୁମାର କର୍ଣ୍ଣ ଓ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିବେକାନନ୍ଦ ମହାନନ୍ଦ ସ୍ୱଳ୍ପ ସଞ୍ଚୟ ଉପରେ ଅଳସୁଆ ଦୁଃଖପାଏ ଝିଣ୍ଟିକା ଓ ପିମ୍ପୁଡ଼ି କାହାଣୀ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ବିଶଦ ଭାବରେ ବୁଝାଇ ଥିବାବେଳେ ଚିଟ୍ ଫଣ୍ଡ ର ଠକାମିରେ ନପଡ଼ି ତଥା ଅଳସୁଆ ନହୋଇ ଛୋଟ ବୟସରୁ ଛାତ୍ରଛାତ୍ରୀ ମାନଙ୍କୁ ଆୟକରୀ ନିଜେ ସଞ୍ଚୟ କରିବା ଓ ଅନ୍ୟ ମାନଙ୍କୁ ସଞ୍ଚୟ କରିବାକୁ ପ୍ରେରଣା ଦେବାପାଇଁ ଉତ୍ସାହିତ କରିଥିଲେ। ଉକ୍ତ ବିଶ୍ଵ ସଞ୍ଚୟ ପକ୍ଷ ଅବସରରେ ଅତିଥି ମାନଙ୍କ ଦ୍ଵାରା ବୋଡ଼େନ ଡିଗ୍ରୀ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜ ପରିସରରେ ସମସ୍ତେ ଗୋଟାଏ ଗୋଟାଏ ବୃକ୍ଷ ରୋପଣ କରିଥିଲେ । ପରେ ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ର ରାଜନୀତି ଅଧ୍ୟାପିକା ନିଳୀମା ନିଆଳଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Related Posts