FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଖୁ କିଆରୀରୁ ଧରାପଡିଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

ଆଖୁ କିଆରୀରୁ ଧରାପଡିଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

ଆଖୁ କିଆରୀରୁ ଧରାପଡିଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ
SHARE NOW :

ବଲାଙ୍ଗୀର(ଲାଇଭ ଓଡିଶା ନ୍ୟୁଜ): ସିନ୍ଧେଇକେଲା ପୋଲିସକୁ ମିଳିଲା ବଡ ସଫଳତା । ଆଖୁବାଡିର ଅଭିଯୁକ୍ତ ଗୋବିନ୍ଦ ସାହୁ ୁ ଗିରଫ କଲା ପୋଲିସ । ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡିଲା । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଲୁଚିଥିଲା। ଗାଁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦ ସାହୁକୁ ଧରିଛି। ଶିକ୍ଷୟିତ୍ରୀ ନିଖୋଜରେ ଗୋବିନ୍ଦଙ୍କ ହାତ ଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ୧୪ ତାରିଖରେ ଗୋବିନ୍ଦକୁ ପୁଲିସ୍ ଉଠାଇ ଆଣିଥିଲା। ଦୀର୍ଘ ସମୟ ଧରି ଶିକ୍ଷୟିତ୍ରୀ ନିଖୋଜ ସମ୍ପର୍କରେ ପୁଲିସ ତାକୁ ପଚରାଉଚରା କରିଥିଲା। ତେବେ ସୋମବାର ହାତ ଧୋଇବାର ବାହାନା କରି ପୁଲିସକୁ ଚମକା କରି ବାରାକରୁ ଚମ୍ପଟ୍ ମାରିଥିଲା ଗୋବିନ୍ଦ। ଏଥିପାଇଁ ପୁଲିସ୍ ନାନା ସମାଲୋଚନାର ଶିକାର ହୋଇଥିଲା। ଶେଷରେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ପରେ ପୁଲିସ ଗୋବିନ୍ଦକୁ ଧରିବା ପାଇଁ ଅଣ୍ଟା ଭିଡ଼ିଥିଲା। ଏଥିପାଇଁ ତିନୋଟି ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା। ତଥାପି ଗୋବିନ୍ଦ ପୁଲିସ୍ ଜାଲରେ ପଡ଼ିନଥିଲା। ଏହାରି ଭିତରେ ଗୋବିନ୍ଦକୁ ଧରାଇଦେବା ପାଇଁ ପୁଲିସ୍ ପୁରସ୍କାର ରାଶି ଘୋଷଣା କରିଥିଲା। ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦକୁ ଧରାଇ ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ପୁଲିସ୍ ତା\’ ଠାରୁ ଶିକ୍ଷୟିତ୍ରୀ ମମିତା ମେହେରା ନିଖୋଜ ମାମଲାରେ ତଥ୍ୟ ହାସଲ କରିବ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *

Related Posts