FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଗୋବିନ୍ଦ ସହ ଭକ୍ତ ଦାସ୍ ଲିଙ୍କ, ବିଜେଡିର ପ୍ରଶ୍ନବାଣ

ଗୋବିନ୍ଦ ସହ ଭକ୍ତ ଦାସ୍ ଲିଙ୍କ, ବିଜେଡିର ପ୍ରଶ୍ନବାଣ

ଗୋବିନ୍ଦ ସହ ଭକ୍ତ ଦାସ୍ ଲିଙ୍କ, ବିଜେଡିର ପ୍ରଶ୍ନବାଣ
SHARE NOW :

ଲାଇଭ ଓଡିଶା ବ୍ୟୁରୋ : ଅଡୁଆରେ କଂଗ୍ରେସ ନେତା ଭକ୍ତ ଦାସ । ମହାଲିଙ୍ଗ କଲେଜ ମମିତା ମୃତ୍ୟୁ ମାମଲାରେ ଯୋଡିହେଇଛି ଆଉ ଏକ ନୂଆ ନା । ଏହି ଘଟଣାରେ କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ ର ନା ସାମନାକୁ ଆସିଠି । ବିଜେଡି ସାଂସଦ ସସ୍ମିତ୍ ପାତ୍ର ପ୍ରେସମିଟ୍ କରି ଭକ୍ତଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ମହାଲିଙ୍ଗ କଲେଜର ପ୍ରତିଷ୍ଠାତା ଟ୍ରଷ୍ଟି ଭାବେ ତାଙ୍କ ପୁଅ କ୍ରାନ୍ତି ଦାସ ଥିଲେ କି ନାହିଁ? ମହାଲିଙ୍ଗ କଲେଜର ଗୋବିନ୍ଦ ସାହୁଙ୍କ ସହ ଭକ୍ତଙ୍କ ସମ୍ପର୍କ କଣ ? ୨୫ ଜାନୁଆରୀ ୨୦୨୦ରେ ଭକ୍ତ ସେଠାକୁ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ପାଇଁ ଯାଇଥିଲେ କି ନାହିଁ? ତେଲେଙ୍ଗାନା ଓ ବିହାରରେ କଂଗ୍ରେସ ଦଳର ନେତା ଓ କର୍ମୀ ଆଣିଥିବା ଭକ୍ତ ଦାସଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ସତ ନା ନାହିଁ? ବିହାରରେ ମହାଗଠବନ୍ଧନ ମେଂଟ ଭାଙ୍ଗିବା ଘୋଷଣା କରି ବିଜେପିକୁ ସାହାଯ୍ୟ କରିଥିବା ଭକ୍ତ ଦାସ, କଳାହାଣ୍ଡିରେ ବିଜେପିକୁ ସାହାଯ୍ୟ କରୁଛନ୍ତି ନା ନାହିଁ ? ଏବେ ସୋସିଆଲ ମିଡିଆରେ ବୁଲୁଥିବା ଫଟୋ ବି ଦେଖାଇଛନ୍ତି ସସ୍ମିତ । ଫଟୋରେ ଭକ୍ତଙ୍କ ସହ ଗୋବିନ୍ଦ ଓ ମମିତାଙ୍କୁ ଦେଖିବାକୁ ମିଳିଛି । ଭକ୍ତ ଦାସ ୨୦୧୪ ମସିହାରେ ଶେଷ ଥର ପାଇଁ ମହାଲିଙ୍ଗ କଲେଜ ଯାଇଥିବା ନେଇ ବାରମ୍ବାର କହୁଥିବାବେଳେ ସେଠାରେ ଥିବା ନାମ ଫଳକରେ ୨୦୨୦ ମସିହାରେ ଯାଇଥିବା ଉଲ୍ଲେଖ ରହିଛି । ଏମିତିକି ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଫଟୋରେ ମଧ୍ୟ ଭକ୍ତ ଚରଣ ଦାସ ୨୦୨୦ ମସିହାରେ ଯାଇଥିବା ଜଣାପଡ଼ିଛି । ସାସଂଦ ସସ୍ମିତ ପାତ୍ର କିଛି ଦୃଢ ତଥ୍ୟ ସହ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ମହାଲିଙ୍କ କଲେଜର ରେଜିଷ୍ଟର ଦସ୍ତାବିଜକୁ ଖୁଲାସା କରିଥିଲେ । ଯେଉଁଥିରେଫାଉଣ୍ଡର ମେମ୍ବର ତାଲିକାରେ ରହିଛନ୍ତି କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଗଭର୍ଣ୍ଣିଙ୍ଗ ବଡ଼ି କମିଟିରେ ଗୋବିନ୍ଦ ସାହୁ ଚେୟାରମେନ ଥିବାବେଳେ ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ ରହିଥିଲେ ଅଧ୍ୟକ୍ଷ । ମହାଲିଙ୍ଗ କଲେଜର ଫାଉଣ୍ଡର ଟ୍ରଷ୍ଟି ହେଉଛନ୍ତି ଗୋବିନ୍ଦ ସାହୁ । କଲେଜର ଦ୍ୱିତୀୟ ଟ୍ରଷ୍ଟି ହେଉଛନ୍ତି ଭକ୍ତ ଦାସଙ୍କ ପୁଅ କ୍ରାନ୍ତି । ଏ ନେଇ ଭକ୍ତ ଦାସ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଆହ୍ୱାନ ଦେଇଛି ।

Leave a Reply

Your email address will not be published. Required fields are marked *

Related Posts