- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ମମିତା ମୃତ୍ୟୁ ମିଷ୍ଟ୍ରିର ରହସ୍ୟ ଖୋଲିଲା ଅଭିଯୁକ୍ତ ଗୋବିନ୍ଦ
ମମିତା ମୃତ୍ୟୁ ମିଷ୍ଟ୍ରିର ରହସ୍ୟ ଖୋଲିଲା ଅଭିଯୁକ୍ତ ଗୋବିନ୍ଦ

SHARE NOW :
କଳାହାଣ୍ଡି(ଲାଇଭ ଓଡିଶା ନ୍ୟୁଜ) : ମହାଲିଙ୍ଗ ସନସାଇନ ସ୍କୁଲର ଶିକ୍ଷୟତ୍ରୀ ମମିତା ବେହେରା ମୃତ୍ୟୁ ରହସ୍ୟର ହେଲା ପର୍ଦ୍ଦାଫାସ୍ । ମମିତାଙ୍କୁ ହତ୍ୟା କରିଥିବା ନେଇ ସତ ଓଗାଳିଲେ ଅଭିଯୁକ୍ତ ଗୋବିନ୍ଦ ସାହୁ । ଥରେ ପୋଲିସକୁ ଚକମା ଦେଇ ଫେରାର ହୋଇଥିବା ଗୋବିନ୍ଦ ଗତକାଲି ଏକ ଆଖୁ କିଆରିରୁ ପୁନଶ୍ଚ ଧରା ପଡିଥିଲା । ପରେ ପୋଲିସର ଜେରା ପରେ ସମ୍ପୂର୍ଣ୍ଣ ଘଟଣାର ସତ୍ୟତା ପ୍ରକାଶ କରିଛି ଅଭିଯୁକ୍ତ ଗୋବିନ୍ଦ ସାହୁ ।
ଭବାନୀପାଟଣାରୁ ଫେରିବା ରାସ୍ତାରେ କାର ଭିତରେ ହିଁ ହତ୍ୟା କରି ମୃତ ଦେହକୁ ପୋତିବା ପାଇଁ ଯୋଜନା କରିଥିଲା ଗୋବିନ୍ଦ । ଗତ ୭ତାରିଖରେ ସ୍କୁଲ ସ୍ଥିତ ଷ୍ଟାଡିୟମରେ ଏକ ଗାତ ଖୋଳିବାକୁ ଜେସିବି ଡ୍ରାଇଭରକୁ ନିର୍ଦ୍ଦେଶ ଦେଇଥିଲା ଓ ଦିନକ ପରେ ସେହି ଗାତକୁ ପୋତିବା ପାଇଁ ମଧ୍ୟ କହିଥିଲା ଗୋବିନ୍ଦ । ସେହି ଗାତରେ ତଳେ କାଠ ପ୍ଲାଏ ଓ ତା ଉପରେ ଟାୟାର ରଖି ମୃତ ଦେହକୁ ପୋଡା ଯାଇଥିବା ବେଳେ ମୃତ ଦେହକୁ ଶୀଘ୍ର ନଷ୍ଟ କରିବା ପାଇଁ ସେଥିରେ ଯଥେଷ୍ଟ ପରିମାଣରେ ଲୁଣ ଦିଆଯାଇଥିବା କହିଛି ଅଭିଯୁକ୍ତ ଗୋବିନ୍ଦ । ମମିତାଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଯୋଜନା କରାଯାଇଥିବା ବେଳେ ଉକ୍ତ ହତ୍ୟା ଘଟଣାରେ ଗୋବିନ୍ଦ ସମେତ ଆହୁରି ଅନେକ ବ୍ୟକ୍ତି ସଂମ୍ପୃକ୍ତ ଥିବା ସୂଚନା ମିଳିଛି ।