FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଫୁଲବାଣୀରେ ବିଜେଡିର ମହା ମିଶ୍ରଣ ପର୍ବ

ଫୁଲବାଣୀରେ ବିଜେଡିର ମହା ମିଶ୍ରଣ ପର୍ବ

ଫୁଲବାଣୀରେ ବିଜେଡିର ମହା ମିଶ୍ରଣ ପର୍ବ
SHARE NOW :

ଫୁଲବାଣୀ(ଲାଇଭ୍ ଓଡିଶା ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଫୁଲବାଣୀରେ ଶଙ୍ଖଧ୍ୱନୀ । ଫୁଲବାଣୀରେ ବିଜୁ ଜନତା ଦଳର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଫୁଲବାଣୀ ଗାନ୍ଧିସ୍ମୃତି ଭବନ ଠାରେ ବିଜୁ ଜନତା ଦଳର ମହା ମିଶ୍ରଣ ପର୍ବ । ବିଜେଡିରେ ପାଦ ଦେଲେ ୨୫ରୁ ଉର୍ଦ୍ଧ୍ୱ ଓକିଲ । ବିଜେଡ଼ି ସଭାପତି ସରୋଜ କର୍ଣ୍ଣଙ୍କ ଉପସ୍ଥିତିରେ ୨୫ ରୁ ଉର୍ଦ୍ଧ୍ୱ ଓକିଲ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ପ୍ରତାପ ଜେନା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଉପସ୍ଥିତ ଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର‌୍ୟ୍ୟରେ ଅନୁପ୍ରାଣିତ ହୋଇ କନ୍ଧମାଳ ଜିଲ୍ଲାର ୧୦ ଟି ବ୍ଲକର ୨୦୦ରୁ ଉର୍ଦ୍ଧ୍ୱ ଯୁବଛାତ୍ର ବିଜେପି ଛାଡି ଏହି ମହା ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ଏହାଦ୍ୱାରା ଜିଲ୍ଲାରେ ବିଜେଡି ଆହୁରି ମଜବୁତ୍ ହେବ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ସେପଟେ ବିଜେଡ଼ିରେ ମିଶିଛନ୍ତି ଶତାଧିକ ଅନ୍ୟ ଦଳର କର୍ମୀ ।

Leave a Reply

Your email address will not be published. Required fields are marked *

Related Posts