ଗାଇଡ୍ ଲାଇନ୍ କାହା ପାଇଁ

SHARE NOW :
ଭୁବନେଶ୍ୱର (ଲାଇଭଓଡ଼ିଶା ନ୍ୟୁଜ) : ଋାଜଧାନୀରେ ଆମ୍ନାସାମ୍ନା ଦୁଇ ରାଜନୈତିକ ଦଳ । ଗୋଟିଏ ପଟେ ଓମିକ୍ରନ ଭୟରେ କଟକଣା ଲଗାଇଛନ୍ତି ସରକାର । ରାଲି ଶୋଭାଯାତ୍ରା ସାଂସ୍କୃତିକ କାର୍ୟ୍ୟକ୍ରମରେ ଅଙ୍କୁଶ ଲଗାଯାଇଛି । ହେଲେ ରାଜଧାନୀରେ ଦେଖିବାକୁ ମିଳୁଛି ଶାସକ ଓ ବିରୋଧିଙ୍କ ସହ ସହ କର୍ମୀଙ୍କ ସମାଗମ । ଏହା ବଡଦିନ ପାଇଁ ନୁହେଁ ବରଂ ପୁର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଶହଶହ କର୍ମୀଙ୍କୁ ନେଇ ଭୁବନେଶ୍ୱର ଶିଶୁପାଳଗଡରେ ବିଜେପି ପାଳନ କରୁଛି ସୁଶାସନ ଦିବସ । ସମାନ ସ୍ଥାନରେ ବିଜେଡି କରୁଛି ତେଲ ଦର ବୃଦ୍ଧ ପ୍ରତିବାଦରେ ଆନ୍ଦୋଳନ । ସାଧାରଣତଃ ଟିକେ ଗାଇଡ୍ ଲାଇନ୍ ଦେଖନ୍ତୁ ଯେ ଚର୍ଚ ମନ୍ଦିର ଆଦିରେ ୫୦ ଜଣରେ କାର୍ୟ୍ୟ ହେବ । କାହିଁକି ନା କରୋନାର ସତର୍କ କରାଯାଉଛି । ହେଲେ ଏଠି ଯାହା ଚାଲିଛି ତାହା କଣ । ରାଜନୀତିର ସଭାସମିତି ରାଲିରେ ଶହ ଶହ ହଜାର ହଜାର ଲୋକ ସାମିଲ ହେବେ କିନ୍ତୁ ଧର୍ମାାନୁଷ୍ଠାନରେ ୫୦ଜଣ । କରୋନା କଣ ଖାଲି ଧର୍ମାନୁଷ୍ଠାନ ଗହଳିଚହଳି ପାଇଁ ହେଉଛି ନାଁ ରାଜନୀତି ପାଇଁ । ସାଧାରଣରେ ଲୋକେ ପ୍ରଶ୍ନ କରୁଛନ୍ତି ଯେ ଯଦି ଓମିକ୍ରନ ଆଗକୁ କ୍ଷିପ୍ର ଗତିରେ ବଢେ ତା ପାଇଁ ରାଜନୈତିକ ଦଳ ହିଁ ସମ୍ପୁର୍ଣ୍ଣ ଦାୟୀ ।