FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କାର୍ତ୍ତିକ ପୂର୍ଣ୍ଣିମା ଓ ବଡଓଷା ପାଇଁ ଜାରି ହେଲା ଗାଇଡଲାଇନ୍‌

କାର୍ତ୍ତିକ ପୂର୍ଣ୍ଣିମା ଓ ବଡଓଷା ପାଇଁ ଜାରି ହେଲା ଗାଇଡଲାଇନ୍‌

କାର୍ତ୍ତିକ ପୂର୍ଣ୍ଣିମା ଓ ବଡଓଷା ପାଇଁ ଜାରି ହେଲା ଗାଇଡଲାଇନ୍‌
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସି ପକ୍ଷରୁ ଜାରି ହେଲା ଗାଇଡଲାଇନ । ବିନ୍ଦୁ ସାଗର ଓ ନଦୀ ଘାଟରେ ଡଙ୍ଗା ଭସାଣ ପାଇଁ ଲାଗିଲା ରୋକ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଏବଂ ଏହାସହିତ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୋମବାର ଏହି କଟକଣା ଜାରି କରାଯାଇଛି । ଏହି ସବୁ ସ୍ଥାନରେ ଯିବାକୁ ବାରଣ କରାଯାଇଛି । ସେହିପରି ବଡ଼ଓଷା ପାଇଁ ରାଜଧାନୀରେ ଥିବା ବିଭିନ୍ନ ଶିବ ମନ୍ଦିରରେ ମଧ୍ୟ କଟକଣା ଜାରି ହୋଇଛି । ବଡ଼ଓଷାରେ ଶ୍ରଦ୍ଧାଳୁମାନେ ମନ୍ଦିର ଦର୍ଶନ କରିପାରିବେ ନାହିଁ । ରାଜଧାନୀ ଭୁବନେଶ୍ୱରରେ ଏବେ କୋଭିଡ୍ ସଂକ୍ରମଣ ସାମାନ୍ୟ କମିଥିବା ବେଳେ ସଂଖ୍ୟା କିନ୍ତୁ ୧୦୦ ଉପରେ ରହିଛି । ଏପରି ସ୍ଥିତିରେ ଆସନ୍ତା ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣମାରେ ରାଜଧାନୀର ବିଭିନ୍ନ ଜଳାଶୟରେ ଲୋକମାନଙ୍କ ଭିଡ ଜମିବା ଆଶଙ୍କା କରିଛି ବିଏମ୍ସି । ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଡଙ୍ଗା ଭସା ଉପରେ କଟକଣା ଲାଗୁ ହୋଇଛି । ବିଶେଷ କରି କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗରରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ବିନ୍ଦୁସାଗରରେ ଡଙ୍ଗା ଭସାଣ ଉପରେ ରୋକ ଲଗାଯାଇଛି । କୌଣସି ବି ଶ୍ରଦ୍ଧାଳୁ ଯେପରି ଡଙ୍ଗା ଭସାଣ ସହ ବୁଡ ନ ପକାନ୍ତି ସେ ନେଇ କଡା ନଜର ରଖିବାକୁ ବିଏମ୍ସି ନିର୍ଦ୍ଦେଶ ଦେଇଛି । ରାଜଧାନୀରେ ଥିବା ବିଭିନ୍ନ ଜଳାଶୟ, ନଦୀରେ ମଧ୍ୟ କମିଶନରେଟ୍ ପୁଲିସ ପକ୍ଷରୁ କଡ଼ା ନଜର ରଖାଯିବ ।

Leave a Reply

Your email address will not be published. Required fields are marked *

Related Posts