FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆସନ୍ତା ବିଧାନସଭା ଅଧିବେଶନ ପାଇଁ ଜାରୀ ହେଲା ଗାଇଡଲାଇନ

ଆସନ୍ତା ବିଧାନସଭା ଅଧିବେଶନ ପାଇଁ ଜାରୀ ହେଲା ଗାଇଡଲାଇନ

ଆସନ୍ତା ବିଧାନସଭା ଅଧିବେଶନ ପାଇଁ ଜାରୀ ହେଲା ଗାଇଡଲାଇନ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ତେବେ ଏନେି ବିଧାନସଭା କର୍ମଚାରୀମାନଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ, ସାମ୍ବାଦିକ ଓ ସୁରକ୍ଷାକର୍ମୀଙ୍କ ପାଇଁ କଟକଣା ଜାରି ହୋଇଛି । କରୋନା ଦୃଷ୍ଟିରୁ ସମସ୍ତ ବିଧାୟକ, ବିଧାୟିକା,କର୍ମଚାରୀ, ପିଏସଓ ଡ୍ରାଇଭରଙ୍କ ସହ ବିଧାନସଭା ଆସିବାକୁ ଥିବା ସମସ୍ତଙ୍କର କୋଭିଡ ଟେଷ୍ଟ କରାଯିବ। ସମସ୍ତଙ୍କର ୨୮,୨୯,୩୦ ତାରିଖ ଟେଷ୍ଟ କରାଯିବ। ଆଣ୍ଟିବାଡି ଓ କୋଭିଡ ଟେଷ୍ଟ କରାଯିବ। ଏବଂ ବିଧାନସଭା ସଦସ୍ୟ ମାନେ ଗୃହରେ ବସିବା ସହ ବାଚସ୍ପତି ଗ୍ୟାଲେରୀ,ପବ୍ଲିକ ଗ୍ୟାଲେରୀ,ଲୋକସେବା ଭବନରୁ ଯୋଗ ଦେଇପାରିବେ। ଏନେଇ ଆଜି ବିଧାନସଭା ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବାଚସ୍ପତିଙ୍କ ସୂଚନା ଅନୁସାରେ ସ୍ୱାସ୍ଥ୍ୟ ବିଭାଗ ସଚିବ ଓ ବିଏମସି ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ସବୁ ଦିନ ବିଧାନସଭାକୁ ବିଶୋଧନ କରାଯିବ। ବିଧାନସଭା କେତେସମୟ ଚାଲିବ ସେ ନେଇ ୨୯ ତାରିଖ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହେବ ବୋଲି ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର କହିଛନ୍ତି। ଏହାସହ ଅନ୍ୟାନ୍ୟ ବିଷୟରେ ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ବାଚସ୍ପତି ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts