FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆଗକୁ ଥିବା ପାର୍ବଣ ପାଇଁ ଜାରି ହେଲା ଗାଇଡଲାଇନ

ଆଗକୁ ଥିବା ପାର୍ବଣ ପାଇଁ ଜାରି ହେଲା ଗାଇଡଲାଇନ

ଆଗକୁ ଥିବା ପାର୍ବଣ ପାଇଁ ଜାରି ହେଲା ଗାଇଡଲାଇନ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଅକ୍ଟୋବର ଓ ନଭେମ୍ବର ପାଇଁ ଜାରି ହୋଇଗଲା ଗାଇଡଲାଇନ । ଆଗକୁ ଥିବା ଲକ୍ଷ୍ମୀପୂଜା, କାଳୀପୂଜା, କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଅନୁମତି ନେବାକୁ ପଡିବ । ପୂଜା ରୀତିନୀତି ଅନୁଯାୟୀ ହେବାକୁ ଥିବା ବେଳେ ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ଆସିବା ମନା । ମୂର୍ତି ଉଚ୍ଚତା ୪ ଫଟରୁ କମ ହେବ । ମଣ୍ଡପ/ପେଣ୍ଡାଲର ୩ ପଟ ବନ୍ଦ ରହିବ । ୪ର୍ଥ ପଟ ଆବରଣ ରହିବ । କୋଭିଡ ନିୟମ ମାନି ମଣ୍ଡପରେ ଏକସଙ୍ଗେ ୭ରୁ ଅଧିକ ଲୋକ ମନା କରାଯାଇଛି । ମୂର୍ତି ବିସର୍ଜନ ବେଳେ ସର୍ବାଧିକ ୧୦ ଜଣ ଭାଗ ନେଇ ପାରିବେ । କାର୍ତିକ ମାସରେ ମନ୍ଦିର ଭିତରେ କାର୍ତିକ ବ୍ରତ ହବିଷ୍ୟାଳୀ ମନା କରାଯାଇଛି । କାର୍ତିକ ପୂର୍ଣ୍ଣିମା ଦିନ ବିନ୍ଦୁ ସାଗର ଓ ଅନ୍ୟାନ୍ୟ ନଦୀ ଘାଟରେ ଗହଳି ମନା କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts