ନାବାଳକ ଯୁବକ ଓ ନାବାଳିକା ଯୁବତୀର ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ।

SHARE NOW :
ମୟୂରଭଞ୍ଜ(ଲାଇଭ ଓଡିଶା ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଲୋଧାସାହିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗୁରୁବାର ସକାଳେ ଲୋଧାସାହିର ଦୁଇ ନାବାଳକ ଯୁବକ ଓ ନାବାଳକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ତେବେ ଆଜି ସକାଳେ ଗାଁପାଖ କେନାଲପାର୍ଶ୍ଵ ଆମ୍ବ ଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ମୃତକ ମାନଙ୍କର ପରିଚୟ ସେହି ଗ୍ରାମର ସନାତନ ନାଏକଙ୍କ ପୁଅ ୧୬ ବର୍ଷୀୟ ରାଜୁ ନାଏକ ଏବଂ ବିଶ୍ୱାଳ ଭକ୍ତାରଙ୍କ ଝିଅ ୧୪ ବର୍ଷୀୟା ସୀମା ଭକ୍ତା ବୋଲି ଜଣାପଡିଛି । ସୂଚନା ଅନୁସାରେ ଉଭୟଙ୍କ ପରିବାରଲୋକ ଧାନ କାଟିବାକୁ ନାମାଳ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ପ୍ରବୋଧ ଚନ୍ଦ୍ର ପଣ୍ଡା ପହଞ୍ଚି ଉଭୟ ଶବ ଜବତ କରିବା ସହିତ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ଦୁହିଁ ଙ୍କ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବାବେଳେ ବେତନଟୀ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।