- Home
- »
- Breaking News
- »
- ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ

SHARE NOW :
ବରଗଡ(ଲାଇଭ ଓଡିଶା ନ୍ୟୁଜ): ବରଗଡ ଗସ୍ତ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗାଡିକୁ ଅଣ୍ଡାମାଡ । ବରଗଡର ଏକାମ୍ର ଛଳରେ ଅଣ୍ଡାମାଡ କଲେ କଂଗ୍ରେସ କର୍ମୀ । ଆଜି ଜିଲ୍ଳାର ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ ହେଲ୍ଥ କାର୍ଡ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସଭାରେ ଯୋଗ ଦେବାକୁ ଯାଉଥିଲେ ନବ ଦାସ । ମହାଲିଙ୍ଗ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧ ପ୍ରଦର୍ଶନ କରୁଛନ୍ତି ବିରୋଧୀ । ବିଭିନ୍ନ ସ୍ଥାନରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରୁଛନ୍ତି । ଗତକାଲି ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ଆଶଙ୍କା ଥିବାରୁ ଆଜି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ୟ୍ୟଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ବିଜେପି ଓ କଂଗ୍ରେସର କିଛି ନେତାଙ୍କୁ ପୋଲିସ ଅଟକ ବି ରଖିଛି । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।