FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବଢିବ ଶୀତ, ଡିସେମ୍ବର ୧୧ରୁ ଥରିବ ସାରା ରାଜ୍ୟ

ବଢିବ ଶୀତ, ଡିସେମ୍ବର ୧୧ରୁ ଥରିବ ସାରା ରାଜ୍ୟ

ବଢିବ ଶୀତ, ଡିସେମ୍ବର ୧୧ରୁ ଥରିବ ସାରା ରାଜ୍ୟ
SHARE NOW :

 ଭୁବନେଶ୍ୱର (ଲାଇଭ ଓଡ଼ିଶା ନ୍ୟୁଜ୍‌): ବାତ୍ୟା ‘ଜୱାଦ’ ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ କମିଥିଲା। ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ଡିଗ୍ରି ପର‌୍ୟ୍ୟନ୍ତ ଅଧିକ ରହିଥିଲା। ଏହା ଧୀରେ ଧୀରେ ଖସିବା ଆରମ୍ଭ କରିବ ଓ ଆସନ୍ତା ୩ରୁ ୪ ଦିନ ଭିତରେ ଶୀତ ବଢ଼ିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।ସାମୁଦ୍ରିକ ଝଡ଼ ‘ଜୱାଦ’ର ଦୁର୍ବଳ ଅବଶେଷ ‘ଅବପାତ’ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ଅଧିକ ଦୁର୍ବଳ ହୋଇ ସମୁଦ୍ରରେ ଲୀନ ହୋଇଯିବ। ଓଡ଼ିଶାରେ ଏହାର ଆଉ ବିଶେଷ ପ୍ରଭାବ ରହିବ ନାହିଁ। ତେଣୁ ଆସନ୍ତାକାଲିଠାରୁ ପାଗ ‌ଶୁଖିଲା ଓ ଖରାଟିଆ ରହିବ। ୮ ତାରିଖ ଦିନ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଏହା ପରେ ସାରା ଓଡ଼ିଶାର ପାଗରେ ପରିବର୍ତ୍ତନ ଦେଖାଯିବ। ପାଗ ସମ୍ପୂର୍ଣ୍ଣ ଭାବେ ଶୁଖିଲା ଓ ଖରାଟିଆ ରହିବ। ୧୧ ତାରିଖରୁ ଶୀତର ପ୍ରକୋପ ମଧ୍ୟ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Related Posts