FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ହେଲ୍ପିଂ ହ୍ୟାଣ୍ଡ୍ ସଂସ୍ଥା ର ଅଭିନବ ପ୍ରୟାସ, ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି ମାଗଣା ଶିକ୍ଷାଦାନ

ହେଲ୍ପିଂ ହ୍ୟାଣ୍ଡ୍ ସଂସ୍ଥା ର ଅଭିନବ ପ୍ରୟାସ, ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି ମାଗଣା ଶିକ୍ଷାଦାନ

ହେଲ୍ପିଂ ହ୍ୟାଣ୍ଡ୍  ସଂସ୍ଥା ର ଅଭିନବ ପ୍ରୟାସ, ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି ମାଗଣା ଶିକ୍ଷାଦାନ
SHARE NOW :

କନ୍ଧମାଳ(ଲାଇଭ ଓଡିଶା ନ୍ୟୁଜ); କନ୍ଧମାଳ ଜିଲ୍ଲାରେ ଅନେକ ଛାତ୍ରଛାତ୍ରୀ ମାନେ ରହିଛନ୍ତି । ଯେଉଁମାନେ ଟଙ୍କା ଖର୍ଚ୍ଚ କରି ଟ୍ୟୁସନ ଯାଇ ଶିକ୍ଷା ଅଧ୍ୟୟନ କରି ପାରନ୍ତି ନାହିଁ । ଏଭଳି ଛାତ୍ର ଛାତ୍ରୀଙ୍କୁ ବିନା ମୂଲ୍ୟରେ ମାଗଣା ଟ୍ୟୁସନ୍ କରି ଶିକ୍ଷାଦାନ କରିବା ରେ ଆଗେଇ ଆସିଛନ୍ତି ବାଲିଗୁଡ଼ା ଏନ୍ ଏସି ସ୍ଥିତ ଦଣ୍ଡପଦର ହେଲ୍ପିଂ ହ୍ୟାଣ୍ଡ୍ ସଂସ୍ଥା । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର‌୍ୟ୍ୟନ୍ତ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଛି । ପାଠ ପଢ଼ା ରୁ ବଞ୍ଚିତ ହେଉଛନ୍ତି ଛାତ୍ର ଛାତ୍ରୀ । ବିକଳ୍ପ ଶିକ୍ଷା ଭାବେ ସରକାର ଅନଲାଇନ ଓ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଅଛନ୍ତି । କିନ୍ତୁ ନେଟୱର୍କ ସମସ୍ୟା ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ମୋବାଇଲ ନ ଥିବା ଯୋଗୁଁ ଏହା ଫଳପ୍ରଦ ହୋଇପାରୁନାହିଁ ଓ ତେଣୁ ପାଠପଢ଼ା ରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟବଧାନ ଦୂର କରିବା ନିମନ୍ତେ ହେଲ୍ପିଂ ହ୍ୟାଣ୍ଡ୍ ଏନ୍ ସଂସ୍ଥା ସହାୟତାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପଢୁଥିବା ୩୦ ଜଣ ଛାତ୍ରଛାତ୍ରୀମାନଙ୍କୁ ଗତ ତିନି ମାସ ଧରି ସାହିତ୍ୟ ଓ ଗଣିତ ବିଷୟରେ ଶିକ୍ଷାଦାନ କରାଯାଉଛି । ଏହା ସହ ଏନ୍ ଜିଓ ପକ୍ଷରୁ ମାଗଣା ଖାତା ପେନ୍ ବଣ୍ଟନ କରାଯାଉଛି । ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକ ଦିନ ଦୁଇ ଓଳି ଦୁଇ ଘଣ୍ଟା ପାଠ ପଢିବା ସହିତ ପରିବେଶର ସୁରକ୍ଷା,ଖେଳକୁଦ, ନାଚଗୀତ ଓ ଚିତ୍ରାଙ୍କନ ମାଧ୍ୟମରେ ହସଖୁସିରେ ପାଠ ପଢୁଛନ୍ତି।

Leave a Reply

Your email address will not be published. Required fields are marked *

Related Posts