FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ୩ମାସ ମଧ୍ୟରେ ଠିକା କର୍ମଚାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି

୩ମାସ ମଧ୍ୟରେ ଠିକା କର୍ମଚାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି

୩ମାସ ମଧ୍ୟରେ ଠିକା କର୍ମଚାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି
SHARE NOW :

କଟକ (ନୀଳାଚଳ ଲାଇଭ ଓଡିଶା ବ୍ୟୁରୋ): ସ୍ଥାୟୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୩ ମାସ ମଧ୍ୟରେ ଠିକା କର୍ମଚାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି । ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ରାଜ୍ୟରେ ଚାରୋଟି ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି । । ଲୋକସେବା ଭବନ, ଗୋପବନ୍ଧୁ ଏକାଡେମୀ, ଲୋକାଲ ଫଣ୍ଡ ଅଡିଟ୍ ଓ ସବ ରେଜିଷ୍ଟ୍ରାର ଅଫିସରେ କର୍ମଚାରୀ ସ୍ଥାୟୀ ହେବେ । ଡାଟା ଏଣ୍ଟ୍ରି ଅପରେଟର ଭାବେ କାର‌୍ୟ୍ୟରତ କର୍ମଚାରୀ ସ୍ଥାୟୀ ହେବେ । ୩ ମାସ ମଧ୍ୟରେ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ନିକଟରେ ଠିକା କର୍ମଚାରୀଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ନେଇଥିଲା । ଗୃପ ‘ସି’ ଓ ‘ଡି’ ଠିକା କର୍ମଚାରୀଙ୍କୁ ୫୦ ପ୍ରତିଶତ ଅଧିକ ଦରମା ମିଳିବ । ଠକର୍ମଚାରୀ ପରିବର୍ତ୍ତେ ଇନିସିଆଲ୍ ଆପୋଏଣ୍ଟି କୁହାଯିବ । କିନ୍ତୁ ଏବେ ରାଜ୍ୟ ହାଇକୋର୍ଟର ନିର୍ଦ୍ଦେଶ ପରେ ଠିକା କର୍ମଚାରୀଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି ।

Leave a Reply

Your email address will not be published. Required fields are marked *

Related Posts