FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ହୀରାକୁଦରେ କମୁଛି ଜଳ ସ୍ତର

ହୀରାକୁଦରେ କମୁଛି ଜଳ ସ୍ତର

ହୀରାକୁଦରେ କମୁଛି ଜଳ ସ୍ତର
SHARE NOW :

ସମ୍ବଲପୁର,୧୮.୯(ଲାଇଭ୍ ଓଡିଶା ନ୍ୟୁଜ୍‌) : କମୁଛି ହୀରାକୁଦର ଜଳ ସ୍ତର । ବନ୍ଦ ହୋଇଛି ୬ ଗେଟ । ଆଗକୁ ଆହୁରି ଗେଟ୍ ବନ୍ଦ ହୋଇପାରେ । ବର୍ତ୍ତମାନ ୧୮ ଗେଟ୍ ଖୋଲା ହୋଇ ପାଣି ନିଷ୍କାସନ ପ୍ରକ୍ରିୟା ଜାରୀ ରହିଛି।

ଉପରମୁଣ୍ଡରେ ବର୍ଷା କମିବା ପରେ ଜଳଭଣ୍ଡାରକୁ ଇନ-ଫ୍ଲୋ କମିଛି । ସକାଳ ୬ଟା ସୁଦ୍ଧା ଡ୍ୟାମରେ ଜଳପତ୍ତର ରହିଛି ୬୨୮.୨୯ ଫୁଟ । । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୩ଲକ୍ଷ ୭୧ହଜାର ୨୬୪ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୪ଲକ୍ଷ ୯ହଜାର ୩୮୩ କ୍ୟୁସେକ୍ ଜଳ ।
ସେପଟେ ହୀରାକୁଦକୁ ପାଣି ପ୍ରବେଶ କମିଥିବା ବେଳେ ମହାନଦୀରୁ ବିପଦ ଆଶଙ୍କା ବି ଟଳିଛି । ଗତକାଲି ରାତି ୧୧ଟା ପରଠାରୁ ମୁଣ୍ଡଳିରେ ଜଳସ୍ତର ସ୍ଥିର ରହିଛି । ହୀରାକୁଦର ବନ୍ୟା ଜଳ ମୁଣ୍ଡଳିରେ ପହଞ୍ଚି ସାରିଛି । ତଥାପି ଜଳସ୍ତର ସ୍ଥିର ରହିଛି । ସକାଳ ୬ ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ ୬୯ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ତେଣୁ ମହାନଦୀରେ ଏହି ନିମ୍ନ ମଧ୍ୟମ ଧରଣର ବନ୍ୟା ବିଶେଷ କ୍ଷୟକ୍ଷତି କରିବ ନାହିଁ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts