୨୪ରୁ ଆରମ୍ଭ ଜୁନିଅର ହକି ବିଶ୍ୱକପ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ୍) : ଖୁବ ଶୀଘ୍ର କଳିଙ୍ଗ ଷ୍ଟାଡିୟମ ପ୍ରକମ୍ପିତ ହେବ ହକି ଶବ୍ଦରେ । ନଭେମ୍ବର ୨୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ ଆୟୋଜିତ ହେବ । ୧୬ ଟି ହକି ଟିମ ବିଶ୍ୱ କପରେ ଅଂଶଗ୍ରହଣ କରିବେ। ଏଥିପାଇଁ ଭାରତୀୟ ହକି ଟିମ ଭୁବନେଶ୍ୱରେ ପହଁଞ୍ଚି ସାରିଛନ୍ତି। ଖେଳାଳୀ ମାନେ ପ୍ରାକ୍ଟିସ ମଧ୍ୟ ଆରମ୍ଭ କଲେଣି।
ଆସନ୍ତା ୧୫ ତାରିଖରେ ଅନ୍ୟଟିମ ଭୁବନେଶ୍ୱରରେ ପହଁଞ୍ଚିବାର କାର୍ୟ୍ୟକ୍ରମ ରହିଛି। କୋଭିଡ କଟକଣା ଭିତରେ ଆୟୋଜିତ ହେବାକୁ ଥିବା ଏହି ହକି ଟୁଣ୍ଣାମେଣ୍ଟରେ ଦର୍ଶକ ମାନଙ୍କୁ ଷ୍ଟାଡିଅମ ଆସିବାକୁ ବାରଣ କରାଯାଇଛି।
ଖେଳାଳୀ ଓ ଷ୍ଟାପ ମାନଙ୍କର ପ୍ରତିଦିନ ଆରଟିପିସିଆର ଟେଷ୍ଟ ହେବ। ଅନ୍ୟପଟେ ଖେଳଳୀ ମାନଙ୍କ ପାଇଁ ଦୁଇଟି ହସ୍ପିଟାଲ ସଂରକ୍ଷିତ ରଖାଯାଇଛିା ସେପଟେ ଏଥର ଟିଭରେ ହକି ବିଶ୍ୱକପ ଦେଖିବା ନେଇ ଉତ୍ସାହିତ ଅଛନ୍ତି ହକିପ୍ରେମୀମାନେ।