FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଆଜିଠୁ ଜୁନିୟର ହକି ବିଶ୍ୱକପ

ଆଜିଠୁ ଜୁନିୟର ହକି ବିଶ୍ୱକପ

ଆଜିଠୁ ଜୁନିୟର ହକି ବିଶ୍ୱକପ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ୍‌) : ଆଜିଠୁ ହକି ଶବ୍ଦରେ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଖେଳାଳୀଙ୍କ କୋଳାହଳରେ ଝୁମିବ ଷ୍ଟାଡିୟମ । ଆଜିଠୁ ଚାଲିବ ହକି ମହାସମର । ଡିସେମ୍ବର ୫ ଯାଏଁ କଳିଙ୍ଗରେ ଖେଳାଯିବ ଜୁନିୟର ହକି ବିଶ୍ୱକପ । କରୋନାକୁ ଦୃଷ୍ଟିରେ ରଖି ଉଦଘାଟନୀ ଉତ୍ସବକୁ ନିରାଡମ୍ବର କରାଯାଇଛି । ଉଦଘାଟନି ମ୍ୟାଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଫଆଇଏଚ୍ ସଭାପତି ନରିନ୍ଦ୍ରର ବାତ୍ରା ଉପସ୍ଥିତ ରହିବେ । କରୋନା ପାଇଁ ଦର୍ଶକଙ୍କୁ ମ୍ୟାଚ ଷ୍ଟାଡିୟମ ମଧ୍ୟକୁ ବାରଣ ହୋଇଛି ।
ହାଇପ୍ରୋଫାଇଲ ବିଶ୍ୱକପ୍ ଲାଗି ସୁରକ୍ଷା ବଳୟରେ ରହିଛି ରାଜଧାନୀ । ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ କମିଶନର । ଭୁବନେଶ୍ୱର ଡିସିପିଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ରହିବ । ହୋଟେଲ, ଷ୍ଟାଡିୟମ ଓ ରୁଟ ଲାଇନ ସବୁଠି ରହିବ ପୋଲିସର କଡ଼ା ନଜର । ସୁରକ୍ଷା ଲାଗି ୫ ଜଣ ଅତିରିକ୍ତ ଡିସିପି, ୮ ଜଣ ଡିଏସପି, ୨୬ ଜଣ ଆଇଆଇସି, ୭୨ ଜଣ ଅଫିସର, ୩୦ ହାବିଲଦାର ନିୟୋଜିତ ରହିବେ ।
ଷ୍ଟାଡିୟମ ଭିତରେ ଓ ବାହାରେ ୨୫ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସମସ୍ତ ପୋଲିସ କର୍ମଚାରୀଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି । ହକି ଇଣ୍ଡିଆର ସମସ୍ତ ନିୟମାବଳୀ ଅବଲମ୍ବନ କରିବେ ଖେଳାଳି । ଆଜି ଉଦଘାଟନୀ ଦିବସରେ ଖେଳାଯିବ ୫ଟି ମ୍ୟାଚ୍ । ପ୍ରଥମ ମ୍ୟାଚରେ ସକାଳ ସାଢ଼େ ୯ଟାରେ ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା । ସନ୍ଧ୍ୟା ୮ଟାରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଓ ଫ୍ରାନ୍ସ ମଧ୍ୟରେ ହେବ ଟକ୍କର । ମଇଦାନରେ ଲଢେଇ ଲାଗି ଜୋରଦାର ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରିଛନ୍ତି ଖେଳାଳି । ନିଜ ମାଟିରେ ପ୍ରଥମ ମ୍ୟାଚ ଜିତି ବିଶ୍ୱକପ୍ରେ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଅଛି ଭାରତ ।

Leave a Reply

Your email address will not be published. Required fields are marked *

Related Posts