FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ଅଳିଆ ଆବର୍ଜନାରେ ବିପର୍ଯ୍ୟସ୍ତ ମୁଖ୍ୟ ଚିକିତ୍ସାଳୟ

ଅଳିଆ ଆବର୍ଜନାରେ ବିପର୍ଯ୍ୟସ୍ତ ମୁଖ୍ୟ ଚିକିତ୍ସାଳୟ

ଅଳିଆ ଆବର୍ଜନାରେ ବିପର୍ଯ୍ୟସ୍ତ ମୁଖ୍ୟ ଚିକିତ୍ସାଳୟ
SHARE NOW :


ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ୍‌) : ଅସୁସ୍ଥ ପରିସରରେ ଆହୁରି ଅସୁସ୍ଥ ହୋଇଯାଉଛନ୍ତି ରୋଗୀ । ଅଳିଆ ଆବର୍ଜନାରେ ବିପର୍ଯ୍ୟସ୍ତ ହୋଇପଡିଛି ଚିକିତ୍ସାଳୟର ଚର୍ତୁପାଶ୍ୱର୍ । କୁଢ କୁଢ ଅଳିଆ ଆବର୍ଜନାର ତଳେ ଦବିଯାଉଛି ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ । ଉତ୍ତର ପାର୍ଶ୍ବରେ ଥିବା ଫାଟକ ଆଗରେ ରୋଗୀମାନଙ୍କ ପାଇଁ ବ୍ୟବହାର ହେଉଥିବା ଔଷଧ ,ସାଲାଇନ ,ସିରିଂଜ ,ଗଜକନା ଆଦିର ଆବର୍ଜନା ଦୀର୍ଘ ଦିନ ଯାଏଁ ପଡି ରହୁଛି । ଶବ ସଂରକ୍ଷଣ ଗୃହ ଆଗରେ ମଧ୍ୟ ପର୍ବତ ପ୍ରମାଣେ ଅଳିଆ ଆବର୍ଜନା ପଡି ରହୁଛି । ମେଡିକାଲ ୱେଷ୍ଟ ଓ ଆବର୍ଜନାରେ ଭରପୁର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ରୋଗୀ । ଜିଲ୍ଲା ସ୍ବ୍ୟାସ୍ଥ ସମିତି ବୈଠକରେ ଆବର୍ଜନା ପରିଚାଳନା ପାଇଁ ଅନେକବାର ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଥିଲେ ବି ତାହା କାର‌୍ୟ୍ୟକାରୀ କରାଯାଉ ନାହିଁ । ଫଳରେ ଏମିତି ପରିସ୍ଥିତିରେ ରୋଗୀମାନେ ଚିକିତ୍ସିତ ହେବା ପାଇଁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ତେବେ ଚିକିତ୍ସାଳୟ ଭିତରେ ପରିଷ୍କାର ପରିଛନ୍ନ କରାଯାଉଥିବା ବେଳେ ଚିକିତ୍ସାଳୟ ପରିସର ଭିତରେ ଦୀର୍ଘ ଦିନ ଧରି ଆବର୍ଜନା ପଡି ରହୁଥିବାରୁ ତାହା ପରିବେଶ ପ୍ରଦୂଷିତ କରିବା ସାଂଗକୁ ଦୁର୍ଗନ୍ଧ ହେଉଛି ।ଚିକିତ୍ସାଳୟ ଭିତରେ ଘରୋଇ ଠିକାଦାର ପରିଷ୍କାର ପରିଛନ୍ନ କରୁଥିବା ବେଳେ ଚିକିତ୍ସାଳୟ ବାହାର ପରିଷ୍କାର ପରିଛନ୍ନ କରି ଆବର୍ଜନା ପରିଚାଳନା କରିବା ଦାୟୀତ୍ବ ଘରୋଇ ଠିକାଦାରକୁ ଦେବା ପାଇଁ ଦାବୀ ହେଉଛି । ।ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Posts