ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ କୁଶ ପୁତଳିକା ଦାହ

SHARE NOW :
କେନ୍ଦୁଝର,୨୪.୯(ଲାଇଭ୍ ଓଡିଶା ନ୍ୟୁଜ୍/ଦିଗାମ୍ବର ବାରିକ):- ଟ୍ରକ ମାଲିକଙ୍କର ଜୀବନ ଜୀବିକା ଛଡାଇ ନେବା ପ୍ରତିବାଦରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ କୁଶ ପୁତ୍ତଳିକା ଦାହ ସହ ମାର୍ଶାଲ ଯାତ୍ରା କଲା ଟ୍ରକ ମାଲିକ ସଂଘଠନ । ବିଧାୟିକା ଏବଂ ତାଙ୍କର ସ୍ୱାମୀଙ୍କ ବିରୋଧରେ ସ୍ଲୋଗାନ ଦେଇ ଯୋଡା ସହର ପରିକ୍ରମା କରିଥିଲେ ସଂଘର ଲୋକମାନେ ।
ବିଧାୟିକାଙ୍କ ପରିବାର ଲୋକଙ୍କ ନାମରେ ପରିବହନ ଲାଇସେନସ ଓ ଖଣି ଅଞ୍ଚଳରେ ଭାଗିଦାରି ଥିବାରୁ ମନଇଚ୍ଛା ପରିବହନ ଦର କମାଇ ଟ୍ରକ ମାଲିକଙ୍କ ଜୀବିକା ଛଡାଇ ନେଉଥିବାର ଅଭିଯୋଗ ହୋଇଥିଲା। ତେବେ ଜଜାଙ୍ଗ ଖଣିରୁ ବିଆରପିଏଲ କାରଖାନାକୁ ପରିବହନ ଦର ଟନ ପ୍ରତି ୩୮୩ ଟଙ୍କା ରହିଥିବା ବେଳେ ତେଲ ଦର ଶତକ ଛୁଇଁଥିଲେ ମଧ୍ୟ ଏହାକୁ ବୃଦ୍ଧି ବଦଳରେ ହ୍ରାସ କରାଯାଇ ୩୨୦ ଟଙ୍କା ପ୍ରତି ଟନ ଦିଆଯିବାରୁ ଟ୍ରକ ମାଲିକ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ।
ସେମାନେ ଏହାର ପ୍ରତିବାଦକରି ଖଣି ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ବିଧାୟୀକାଙ୍କ ସ୍ୱାମି ଭକ୍ତବନ୍ଧୁ ମହାନ୍ତ ଏବଂ ତାଙ୍କର ସହଯୋଗୀମାନେ ମିଶି ଶତାଧିକ ମହିଳାଙ୍କୁ ନେଇ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଏନେଇ ପୂର୍ବରୁ ସଂଘ ପକ୍ଷରୁ ୪ଟି ଏତଲା ଦିଆଯାଇଥିବା ବେଳେ ପୋଲିସ୍ ୧ଟି ଅଭିଯୋଗ ରଖିଥିଲା । ତେବେ ପୋଲିସ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ନନେଈ ଚୁପ୍ ରହିଥିବାରୁ ସଂଘ ପକ୍ଷରୁ ବଡବିଲ ଉପଖଣ୍ଡ ପୋଲିସ ଅଧିକାରୀ ହିଂମାଶୁ ଶେଖର ବେହେରାଙ୍କୁ ତୁରନ୍ତ ବଦଳି କରିବା ସହ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ତେବେ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଟ୍ରକ ମାଲିକମାନେ ପରିବହନ ବନ୍ଦରଖିବା ସହ ଅର୍ଥନୈତିକ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।