ଶତାଧିକ କୃଷକ ମୋଟେର ମଣ୍ଡି ଠାରେ ରଵିରୁତୁ ଜଳଯୋଗାଣ ଦାବି

SHARE NOW :
ଜୟପାଟଣା (ଲାଇଭ ଓଡିଶା ନ୍ୟୁଜ୍) : ଚାଷୀ ଅସନ୍ତୋଷ ଏବେ ଉଗ୍ରରୂପ ଧାରଣ କରୁଛି । କୃଷି କ୍ଷେତ୍ର କୁ ପାଣି ଯୋଗେଇ ଦେବାରେ ଇନ୍ଦ୍ରାବତୀ ପ୍ରକଳ୍ପ କର୍ତୃପକ୍ଷ ଙ୍କ ନିଷ୍ପତିରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତିି ଶତାଧିକ କୃଷକ । ଏନେଇ କୃଷକମାନେ ମୋଟେର ମଣ୍ଡି ଠାରେ ଏକତ୍ରିତ ହୋଇ ରବିରୁତୁ ପାଇଁ ଜଳଯୋଗାଣ ଦାବି ନେଇ ଇନ୍ଦ୍ରାବତୀ ମୁଖ୍ୟଯନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ପାଇଁ ପ୍ରସ୍ତୁତି କରିଛନ୍ତି । ମୋଟେର ପଞ୍ଚାୟତ କୃଷକ ମଞ୍ଚ ର ଆହ୍ୱାନରେ ଆୟୋଜିତ ଏହି କୃଷକ ମେଲି ରେ ଅନେକ ଅଞ୍ଚଳ ର ଶତାଧିକ ଚାଷୀ ରୁଣ୍ଡ ହୋଇ ପୋଡ଼ବେଡା ଡିଷ୍ଟ୍ରିବ୍ୟୁଟାରୀ ପର୍ୟ୍ୟନ୍ତ ପାଣିଦେବା ନେଇ ଦାବି କରିଛନ୍ତି । ରବି ଋତୁ ରେ ଚାଷୀଙ୍କୁ ପାଣି ନ ଯୋଗେଇଲେ ବ୍ୟାପକ ଆର୍ଥିକ କ୍ଷତି ହେବ ବୋଲି ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ୬୩୧.୫୦ ଜଳସ୍ତର ଗଚ୍ଛିତ ଥାଇ ଡାହାଣ କେନାଲ କୁ ସମ୍ପୂର୍ଣ ବନ୍ଦ କରାଯାଇଥିବା ବେଳେ ବାମ କେନାଲ ରେ ପାଣି ଯୋଗେଇବା ପାଇଁ ମୁଖ୍ୟଯନ୍ତ୍ରୀ ଙ୍କ ନିଷ୍ପତି କୁ ଚାଷୀ ମାନେ ଗ୍ରହଣ କରୁନାହାନ୍ତି । ଗତ ୨୦୧୨ ମସିହାରେ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ରେ ୬୩୦.୫୦ ଜଳସ୍ତର ଥାଇ ଡାହାଣ କେନାଲ ର ୨୨ କିମି ବନ୍ଧକନା ପର୍ୟ୍ୟନ୍ତ ଓ ବାମ କେନାଲ ଧର୍ମଗଡ଼ ପର୍ୟ୍ୟନ୍ତ ସୁଚାରୁ ରୂ ରୂପେ ପାଣି ଯୋଗେଇଦିଆଯାଇଥିଲା । ବର୍ତମାନ ଗୁନଗୁନିଆ ପର୍ୟ୍ୟନ୍ତ ପାଣି ଯୋଗେଇଦେବା ପାଇଁ ସ୍ଥିର ହୋଇ ଥିବା ବେଳେ ମୁଖ୍ୟଯନ୍ତ୍ରୀ ଙ୍କ ଏହି ନିଷ୍ପତି କୁ ଚାଷୀ ମାନେ ସହଜେ ଗ୍ରହଣ କରୁ ନାହାନ୍ତି ଓ ଚାଷୀ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗୁଛି ଓ ଏହି ଦାବି ଗ୍ରହୀତ ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବାର ଚେତାବନୀ ଦେଇଛନ୍ତି ।