FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
SHARE NOW :

ସୁନ୍ଦରଗଡ(ନୀଳାଚଳ ନ୍ୟୁଜ୍‌) : ହତ୍ୟା ର ପେଣ୍ଠସ୍ଥଳି ପାଲଟିଛି କୋଇଡା। ପୁଣି ପାରିବାରିକ କଳହ ଯୋଗୁଁ କରୁଣ ପରିଣତି। ଠେଙ୍ଗା ରେ ପିଟି ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ। ଶିକ୍ଷା ଓ ସଚେତନତା ଅଭାବରୁ ବାରମ୍ବାର ଗଡୁଛି ମୁଣ୍ଡ। ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ମାଲଦା ପଞ୍ଚାୟତ ଦଳିତା ଗ୍ରାମରେ ପାରିବାରିକ କଳହ ଯୋଗୁଁ ସ୍ୱାମୀ ରମେଶ ମୁଣ୍ତା ନିଜ ସ୍ତ୍ରୀ ଜପ ମୁଣ୍ତା କୁ ଠେଙ୍ଗା ରେ ପିଟି ପିଟି ହତ୍ୟା କରିଥିଲେ ।

ହତ୍ୟା ସମ୍ପର୍କରେ ଗ୍ରାମ ବାସୀ ଓ ସରପଞ୍ଚ କୋଇଡା ପୋଲିସ୍ କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ଘଟଣା ସ୍ଥଳରେ ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଶବ ଉଦ୍ଧାର କରିଥିବା ବେଳେ ସ୍ୱାମୀ କୁ ଅଟକ ରଖିଥିବା ଜଣାପଡିଛି । ଅନ୍ୟ ପଟେ ପରିବାରର ସାତ କୁନି ଶିଶୁ ଅସହାୟ ହୋଇ ପଡିଛନ୍ତି । ଶୀଘ୍ର ଶିଶୁମାନଙ୍କୁ ଥଇଥାନ କରିବା ପାଇଁ ସ୍ଥାନୀୟ ପ୍ରସାଶନକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts