FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
SHARE NOW :

କେନ୍ଦ୍ରାପଡା(ଲାଇଭ ଓଡିଶା ନ୍ୟୁଜ): ମୋର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାହାଯ୍ୟ କରନ୍ତୁ ! ବଂଚିବା ପାଇଁ ମୋର ରକ୍ତ ଦରକାର ଏଭଳି କାନ୍ଦି କାନ୍ଦି ଆକୁଳ ନିବେଦନ କରିଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ର ଜୟପ୍ରକାଶ ସାମନ୍ତରାୟ । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଗତାନଇ ଗ୍ରାମର ତପନ ସାହୁଙ୍କ ଏକ ମାତ୍ର ପୁଅ ଜୟପ୍ରକାଶଙ୍କ କରୁଣ କାହାଣୀ । ଜୟପ୍ରକାଶର ବୟସ ୧୦ବର୍ଷ ହୋଇ ଥିବା ବେଳେ ସେ ଥାଲା ସେମିୟା ଓ କ୍ୟାନ୍ସର ରୋଗରେ ଆକ୍ରାନ୍ତ ! ଜୟପ୍ରକାଶ ଗତାନଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ କୃତି ଛାତ୍ର । ଗତ ବର୍ଷ ଜାନୁୟାରୀ ୧୫ ତାରିଖରେ ବିଦ୍ୟାଳୟରେ ପାଠ ପଡ଼ୁଥିବା ସମୟରେ ହଟାତ ଅସୁସ୍ଥ ହୋଇପଡିବାରୁ ଜୟପ୍ରକାଶ ଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ୧୦ ଦିନ ଚିକିତ୍ସା ପରେ ଉତ୍ତମ ଚିକିତ୍ସା ପାଇଁ ଜୟପ୍ରକାଶ ଙ୍କୁ ମୁମ୍ବାଇର ଟାଟା ମେମୋରିୟଲ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ହେବା ପରେ ଜୟପ୍ରକାଶଙ୍କୁ ଥାଲାସେମିୟା ଓ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥିବା ଡାକ୍ତର କହିବା ପରେ ପରିବାର ଲୋକେ ହରସ ହୋଇ ପଡ଼ିଥିଲେ । ଜୟପ୍ରକାଶ ଙ୍କ ବାପା ତପନ ଯାହା ଅର୍ଜିତ ସମ୍ପତି ବିକ୍ରି କରିବା ସହ ଧାର କରଜ ଓ ହାତ ଉଦ୍ଧାର କରି ସମସ୍ତ ଅର୍ଥ ଏକ ମାତ୍ର ପୁଅର ଚିକିତ୍ସା ପାଇଁ ଖର୍ଚ୍ଚ କରି ସର୍ବଶାନ୍ତ ହୋଇ ପଡିଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅର୍ଥ ପାଇଁ ଚିକିତ୍ସା ଅଭାବରୁ ଜୟପ୍ରକାଶଙ୍କ ଡାହାଣ ଗୋଡ଼ କାଟିବାକୁ ପଡିଥିଲା । ଶେଷରେ ନିରାଶ ହୋଇ ଜୟପ୍ରକାଶ ଙ୍କୁ ମୁମ୍ବାଇରୁ ନିଜ ଗାଁ ଗତାନଇ କୁ ନେଇ ଆସିଥିଲେ ତାଙ୍କ ବାପା ତପନ । ତେବେ ଦରିଦ୍ରତା ପାଇଁ ଦିନେ ଖାଇଲେ ଦୁଇ ଓଳି ଉପବାସ ଥିବା ତପନ ଙ୍କ ପାଇଁ ନିଜ ପୁଅର ଜୀବନ ବଞ୍ଚାଇବା କଷ୍ଟ କର ହୋଇପଡ଼ିଥିବା ବେଳେ ସେ ହତାଶ ହୋଇ ପଡିଛନ୍ତି । ପୁଅର ଚିକିତ୍ସା ପାଇଁ କାନ୍ଦି କାନ୍ଦି ମୁଖ୍ୟମନ୍ତ୍ରୀ ଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି ଜୟପ୍ରକାଶ ଙ୍କ ମା ଲିଲିବାଳା । ଜୟପ୍ରକାଶ ଥାଲା ସେମିୟା ଓ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଥିବାବେଳେ ପ୍ରତି ମାସରେ ଜୟପ୍ରକାଶଙ୍କର ରକ୍ତନେବାର ଆବଶ୍ୟକତା ରହିଥିବା ବେଳେ ଜୟପ୍ରକାଶ ଙ୍କ ବ୍ଲଡ଼ ଗୃପରହିଛି (ବିନେଗେଟିଭ )ତେବେ କେନ୍ଦ୍ରାପଡ଼ା ମେଡିକାଲରେ (ବି ନେଗେଟିଭ ବ୍ଲଡ଼) ମିଳୁନାହିଁ ଯାହା ଫଳରେ ନିରାଶ ହୋଇ ପଡିଛନ୍ତି ଜୟପ୍ରକାଶ ଓ ତାଙ୍କ ପରିବାର ଲୋକେ । ଏହି ଦୁଃଖଦ ଘଟଣାରେ ନିଜର କୃତି ଛାତ୍ରଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ଗତାନଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାନାଥ ଗୁରୁଜୀ ।

Leave a Reply

Your email address will not be published. Required fields are marked *

Related Posts