- Home
- »
- Breaking News
- »
- ବେଆଇନ ଗଂଜେଇ ଜବତ, ଅଟୋ ସହ ଗଞ୍ଜେଇ ମାଫିଆ ଗିରଫ
ବେଆଇନ ଗଂଜେଇ ଜବତ, ଅଟୋ ସହ ଗଞ୍ଜେଇ ମାଫିଆ ଗିରଫ

SHARE NOW :
କନ୍ଧମାଳ(ଲାଇଭ ଓଡିଶା ନ୍ୟୁଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ପକ୍ଷରୁ ସିନ୍ଦ୍ରୀଗାଁ ରାସ୍ତାରେ ରବିବାର ଦିନ ପେଟ୍ରୋଲିଙ୍ଗ ସମୟରେ ଏକ କୁଇଣ୍ଟାଲ ପଚାଶ କିଲୋ ଛଅ ଶହ ପଚାଶ ଗ୍ରାମ ଚୋରା ଗଞ୍ଜେଇ ଓ ଅଟୋ ସହିତ ଜଣକୁ ଗିରଫ କରିଛି ପୋଲିସ |ବାଲିଗୁଡା ଥାନା ଏସଆଇ ସସ୍ମିତା ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ଟିମ ସିନ୍ଦ୍ରୀଗାଁ ଅଞ୍ଚଳ ରାସ୍ତା ରେ ପେଟ୍ରୋଲିଙ୍ଗ କରୁ ଥିବା ସମୟ ରେ ଏକ ଅଟୋ ଗାଡି ଖାନତଲାସ ସମୟରେ ସେଠାରୁ ବେଆଇନ ଗଞ୍ଜେଇ ମିଳିଥିଲା | ସିନ୍ଦ୍ରୀ ଗାଁ ରୁ ବାହାର ଜିଲ୍ଲାକୁ ବେଆଇନ ଭାବେ ଗଂଜେଇ ଚୋରା ଚାଲାଣ ବେଳେ ଅଟୋ ସହିତ ଏକ କୁଇଣ୍ଟାଲ ପଚାଶ କିଲୋ ଛଅ ଶହ ପଚାଶ ଗ୍ରାମ ଜବତ କରିଛି ପୋଲିସ | ଏଥି ସହିତ ଏକ ଅଟୋ କୁ ଜବତ କରିଥିବା ଗାଡି ନମ୍ବର ୦ଊ୧୨ଇ୩୭୩୫ | ଗିରଫ ବ୍ୟକ୍ତି ମାନେ ହେଲେ ବାଲିଗୁଡା ଥାନା ଅଞ୍ଚଳ ମହାସିଂ ପାଙ୍ଗା ଗ୍ରାମର ବିଦ୍ୟାଧର ମଳିକ ବୋଲି ବାଲିଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି | ବାଲିଗୁଡା ଥାନାରେ ଏନେଇ କେସ ୨୫୮/୨୧ରେ ମାମଲା ରୁଜୁ କରାଯିବା ସହ ଜଣକୁ ଗିରଫ ସହ କୋର୍ଟ ଚାଲାଣ କରାଯାଇ ଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି |