FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ପଶ୍ଚିମ ବଙ୍ଗ କାଳିଆଗଞ୍ଜ ରେ ନାଟ୍ୟଚକ୍ର କଳାକାରଙ୍କ କମାଲ

ପଶ୍ଚିମ ବଙ୍ଗ କାଳିଆଗଞ୍ଜ ରେ ନାଟ୍ୟଚକ୍ର କଳାକାରଙ୍କ କମାଲ

ପଶ୍ଚିମ ବଙ୍ଗ କାଳିଆଗଞ୍ଜ ରେ ନାଟ୍ୟଚକ୍ର କଳାକାରଙ୍କ କମାଲ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣି ନାଟ୍ୟ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସୁଦୁର ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାର କାଲିଆଗଞ୍ଜ ସହର ରେ ତାଙ୍କର ସମ୍ବଲପୁରୀ ନାଟକ ଧୁରକୁନି ଓ ପ୍ରସିଦ୍ଧ ଷୋଳସୁଆଙ୍ଗ ଦଣ୍ଡ ନୃତ୍ୟର ଶବର ଶବରେନ ନୃତ୍ୟ ପରିବେଷଣ କରି ବେଶ୍ ଉଚ୍ଚପ୍ରଶଂଶିତ ହୋଇଛନ୍ତି ା ଗତ ୨୧ ତାରିଖ ରେ ପଶ୍ଚିମ ବଙ୍ଗର କାଳିଆ ଗଞ୍ଜ ସହର ର ସୁଚେତା କଲ୍ୟାଣ ମଣ୍ଡପରେ ସ୍ବାଧିନତାର ଅମୃତ ମହୋତ୍ସବ ଅବସର ରେ ଆୟୋଜିତ ସଂଙ୍ଗୀତ ନାଟକ ଉତ୍ସବରେ ସୁବର୍ଣ୍ଣପୁର ର ଅଗ୍ରଣି ନାଟକ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ନାଟ୍ୟଭିଷ୍ମ ଗଦାଧର ବାରିକ ଙ୍କ ବରିଷ୍ଠ ନିର୍ଦ୍ଦେଶନାରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ଷୋଳସୁଆଙ୍ଗ ଦଣ୍ଡନୃତ୍ୟର ଶବର ଶବରେନ ନୃତ୍ୟ ଓ ସମ୍ବଲପୁରି ନାଟକ ଧୁରକୁନି ପରିବେଷଣ କରି କାଲିଆଗଞ୍ଜ ସହର ରେ ବେଶ ଉଚ୍ଚପ୍ରଶଂଶିତ ହୋଇଛନ୍ତି ା ପଶ୍ଚିମ ବଙ୍ଗ ରାଜ୍ୟରେ ଆମର ଲୋକ ଭାଷା ଓ ଲୋକ ସଂସ୍କୃତି କୁ ଭଲଭାବରେ ବୁଝିପାରୁନଥିଲେ ମଧ୍ୟ ନାଟକ ଧୁରକୁନିର ପ୍ରତ୍ୟେକ ଚରିତ୍ର ଆବେଗପୁର୍ଣ୍ଣ ଓ ଜୀବନ୍ତ ହୋଇଉଠି ଥିବାବେଳେ ଦର୍ଶକ କିଛିସମୟ ପାଇଁ ସ୍ତବ୍ଧ ଓ ଭାବୁକ ହୋଇପଡିଥିଲେ ା

Leave a Reply

Your email address will not be published. Required fields are marked *

Related Posts