- Home
- »
- Breaking News
- »
- ନବରଙ୍ଗପୁରରେ ବୋଲେର ଓ ବାଇକ ମୁହାଁମୁହିଁ ଧକ୍କା, ୨ମୃତ
ନବରଙ୍ଗପୁରରେ ବୋଲେର ଓ ବାଇକ ମୁହାଁମୁହିଁ ଧକ୍କା, ୨ମୃତ

SHARE NOW :
ନବରଙ୍ଗପୁର(ଲାଇଭ ଓଡିଶା ନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ନିକଟରେ ବୋଲେର ଓ ବାଇକ ଧକ୍କା । ଘଟଣା ସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ମୃତକ ଦ୍ୱୟ ହେଉଛନ୍ତି ବାସିନୀ ଗ୍ରାମର ଧନୃର୍ଜୟ ଗୌଡ଼ ଓ କଙ୍ଗରା ଗ୍ରାମର ଖଗ ଗୌଡ । ସୁଚନା ଅନୁଯାୟୀ ଟାଟା ପାୱାର ରେ ଲିଜ ସୂତ୍ର ରେ ବୋଲେରୋ ଙଊ ୨୪ ଇ ୩୪୭୪ କର୍ମଚାରୀ ଙ୍କୁ ନେଇ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ଉଏ ୦୪ ଖଞ ୨୭୯୨ ଙ୍କ ସହ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ରେ ଥିବା ଦୁଇ ବାଇକ ଆରୋହୀ ବାଇକ ସହ ରାସ୍ତା କଡକୁ ଖସି ପଡ଼ିଥିଲେ । ଘଟଣା ସ୍ଥଳରେ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଆଉଜଣ ଙ୍କ ମୃତ୍ୟୁ ଘଟିଛି । ଡ଼ାବୁଗାଁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟି ଜବତ କରିବା ସହ ଅଧିକ ତଦନ୍ତ କରୁଛନ୍ତି । ତେବେ ବୋଲେରୋ ଚାଳକ ଦୁର୍ଘଟଣା ପରେ ଫେରାର ଅଛନ୍ତି ।