- Home
- »
- Breaking News
- »
- ଦୁର୍ଗମ ଅଞ୍ଚଳ ରେ ହେବ ସ୍ମାର୍ଟ ସ୍କୁଲ, ପାଞ୍ଚଟି ସ୍କୁଲ ର ବଦଳିବ ରୂପ ରେଖା
ଦୁର୍ଗମ ଅଞ୍ଚଳ ରେ ହେବ ସ୍ମାର୍ଟ ସ୍କୁଲ, ପାଞ୍ଚଟି ସ୍କୁଲ ର ବଦଳିବ ରୂପ ରେଖା

SHARE NOW :
କନ୍ଧମାଳ(ଲାଇଭ ଓଡିଶା ନ୍ୟୁଜ): କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକ ଅଞ୍ଚଳରେ ଥିବା ପାଞ୍ଚଟି ସରକାରୀ ଉଚ୍ଚ ବିଦ୍ୟାଳୟର ବଦଳିବ ରୂପ ରେଖା । ହେବ ସ୍ମାର୍ଟ ସ୍କୁଲ । ଏନେଇଁ ଆଜି ବ୍ଲକ କାର୍ୟ୍ୟାଳୟ ଠାରେ ୫ ଟି ସଚିବ ଭିକେ ପକ୍ଷଣ୍ଡିୟାନ୍ଙ୍କ ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି କ ନୂଆଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର । ଅଞ୍ଚଳରେ ୧୬ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ସେଥି ମଧ୍ୟରୁ ପାଞ୍ଚଟି ସ୍କୁଲ ସାଇନପଡ଼ା ତିଲକପାଙ୍ଗ।, ସରକାରୀ ଉଚ୍ଚ ବିଦ୍ୟାଳୟ , ବାଲିଗ।ଡ଼। ଶାସିମ।ହା ସରକାରୀ ଉଚ୍ଚ ବିଦ୍ୟାଳୟ, ଲେତିଙ୍ଗୀଆ ସରକାରି ଉଚ୍ଚ ବିଦ୍ୟାଳୟ, ସାରଙ୍ଗଡ଼ ସରକାରି ଉଚ୍ଚ ବିଦ୍ୟାଳୟ ଗୁଡିକୁ ରୂପାନ୍ତରିତ କରି ଉନ୍ନତ ମାନର ଲାଇବ୍ରେରୀ, କ୍ଲାସ ରୁମ୍, ନିର୍ମାଣ କରି ସ୍ମାର୍ଟ ସ୍କୁଲ ରେ ରୂପାନ୍ତରିତ କରିବା ନେଇଁ ଆଲୋଚନା କରିଛନ୍ତି । ଅତି ଅତ୍ୟାଧୁନିକ ପ୍ରଣ।ଳିରେ ଦୁର୍ଗମ ଅଞ୍ଚଳ ଛାତ୍ରୀ ମାନେ ଉତ୍ତମ ଶିକ୍ଷା ଅଧ୍ୟୟନ କରିପାରିବେ । ପ୍ରଥମ ଥର ଦୁର୍ଗମ ଅଞ୍ଚଳର ଛାତ୍ର ଛାତ୍ରୀ ମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ୫ ଟି ସଚୀବଙ୍କ ସହ ଆଲୋଚନାରେ ଭାଗ ନେଇଥିବା ଯୋଗୁଁ ଖୁସି ଅନୁଭବ କରିଥିଲେ । ଏହି କାର୍ୟ୍ୟକ୍ରମରେ ବିଡିଓ ଶରତ କୁମାର ପାତ୍ର, ମକ୍ଟ୍ର ରକ୍ଷକେସ କୁମାର ସାହୁ, ସାଇନ୍ ପଡ଼ା ସରପଞ୍ଚ କୁମୁଦ ଚନ୍ଦ୍ର ମଲିକ, ବ୍ଲକ ଉପାଦକ୍ଷ ,ସମସ୍ତ ସ୍କୁଲ ସଭାପତି ଓ ସମସ୍ତ ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ଥିଲେ ।