FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସୁବର୍ଣ୍ଣପୁରରେ ପରିବହନ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁରରେ ପରିବହନ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁରରେ ପରିବହନ ବିଭାଗ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଜୀବନ ସବୁଠାରୁ ମୂଲ୍ୟବାନ । ତେବେ ସଡକ ଦୁର୍ଘଟଣା ହେଉ ଅବା ଦୈବୀ ଦୁର୍ବିପାକରେ ହେଉ । ପ୍ରତିଟି ଜୀବନକୁ ସୁରକ୍ଷା ଦେବା ପାଇଁ ସଭିଏଁ ଉଦ୍ୟମ କରିବା ଆବଶ୍ୟକ । ଆଜି ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ରକ୍ଷକ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିବା ରେଡକ୍ରସ ପ୍ରଶିକ୍ଷକମାନେ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର‌୍ୟ୍ୟ ନାରାୟଣ ଦାସ ଯୋଗ ଦେଇ ରେଡକ୍ରସ ପ୍ରଶିକ୍ଷକମାନଙ୍କୁ ରକ୍ଷକ କାର‌୍ୟ୍ୟକ୍ରମ ସଂପର୍କରେ ଜନସାଧାରଣ ଓ ସ୍ବେଛାସେବୀ ମାନଙ୍କୁ ଅବଗତ କରି ଜୀବନ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି କହିଛନ୍ତି । ଏହି କାର‌୍ୟ୍ୟକ୍ରମରେ ଜିଲ୍ଲା ପୋଲିସ ,ପରିବହନ ବିଭାଗ ଓ ରେଡକ୍ରସ ପ୍ରଶିକ୍ଷକ ଯୋଗଦେଇ ଜୀବନ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ସ୍ବେଛାସେବୀ ଅଥବା ସ୍ଥାନୀୟ ଲୋକେ ତୁରନ୍ତ ଚିକିତ୍ସାଳୟକୁ ଆଣିବା ପାଇଁ ଅନୁରୋଧ କରିଛନ୍ତି । ଆଉ ଚିକିତ୍ସାଳୟକୁ ଆଣିବା ପାଇଁ ସହଯୋଗ କରୁଥିବା ବ୍ୟକ୍ତିମାନଙ୍କୁ ପୋଲିସ କିମ୍ବା କୌଣସି ସ୍ଭାସ୍ଥ୍ୟ କର୍ମଚାରୀ କୌଣସି ପ୍ରଶ୍ନ ପଚାରି ପାରିବେ ନାହିଁ । ତେବେ ପୋଲିସ ଭୟରେ ଲୋକେ ଆହତ ବ୍ୟକ୍ତିଙ୍କୁ ସହଯୋଗ କରୁ ନ ଥିବା ବେଳେ ଏହି ରକ୍ଷକ କାର‌୍ୟ୍ୟକ୍ରମ ମାଧ୍ୟମରେ ପୋଲିସର ଭୟ ଜନସାଧାରଣଙ୍କ ମନରୁ ଦୂର କରିବା ପାଇଁ ଚେଷ୍ଟା କରାଯାଇଛି । ଜିଲ୍ଲାରେ ଦଶ ଗୋଟି ବ୍ଲାକ ସ୍ପଷ୍ଟ ଚିହ୍ନଟ କରାଯାଇଥିବା ବେଳେ ବ୍ଳାକସ୍ପଷ୍ଟ ଅଂଚଳର ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ କରିବାରେ ସୁବର୍ଣ୍ଣପୁର ରାଜ୍ୟରେ ପ୍ରଥମ ହୋଇଥିବା ବେଳେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁକୁ ଶୂନ ପର‌୍ୟ୍ୟନ୍ତ ଖସାଇ ଆଣିବାକୁ ମିଳିତ ପ୍ରୟାସ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *

Related Posts