- Home
- »
- Breaking News
- »
- ସୁବର୍ଣ୍ଣପୁରରେ ଏସିଡ ମାଡରେ ଯୁବକ ଗୁରୁତର
ସୁବର୍ଣ୍ଣପୁରରେ ଏସିଡ ମାଡରେ ଯୁବକ ଗୁରୁତର

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଗଣ୍ଡଗୋଳରୁ ଆରମ୍ଭ ହୋଇ ଏସିଡ୍ ଫିଙ୍ଗାରେ ଶେଷ ହେଲା । ଏମିତି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଗୁଲୁଣ୍ଡା ଗ୍ରାମରେ । ଗୁଲୁଣ୍ଡା ଗାଁର ବିକ୍ରମ ହରିପାଲ ଓ ବୃନ୍ଦାବନ ଛତ୍ରିଆ । ଆଜି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ତ୍ରୀବ୍ର ହୋଇ ଉଭୟ ଉଭୟଙ୍କ ଉପରକୁ ଏସିଡ ମାଡ କରିଥିଲେ । ଫଳରେ ଉଭୟ ଗୁରୁତର ଭାବରେ ଆହତ ହୋଇଥିଲେ । ପରେ ପରେ ଗାଁ ଲୋକ ଉଭୟଙ୍କୁ ପ୍ରଥମେ ବିନିକା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କଣ ପାଇଁ ଏମାନେ ଏମିତି ମାରାଣାନ୍ତକ ଗଣ୍ଡଗୋଳ କଲେ ତାହା ବର୍ତ୍ତମାନ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପଟେ ବିନିକା ପୋଲିସ ଡାକ୍ତରଖାନାରେ ପହଂଚି ଅଧିକ ଅନୁସନ୍ଧାନ ଜାରୀ ରଖିଛି ।