FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିଧାନସଭାରେ ଗଙ୍ଗାଜଳ ସିଞ୍ଚନ କଲେ ତାରାବାହିନୀ, ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ

ବିଧାନସଭାରେ ଗଙ୍ଗାଜଳ ସିଞ୍ଚନ କଲେ ତାରାବାହିନୀ, ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ

ବିଧାନସଭାରେ ଗଙ୍ଗାଜଳ ସିଞ୍ଚନ କଲେ ତାରାବାହିନୀ, ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ
SHARE NOW :

ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ପୁଣି ବିଧାନସଭାରେ ଅଚଳାବସ୍ଥା । ଆଜି ବିଧାନସଭାର ଚତୁର୍ଥ ଦିନରେ ମଧ୍ୟ ସମାନ ଦାବିରେ ଅଡି ବସିଛନ୍ତି ବିଜେପି ଓ କଂଗ୍ରେସ୍ । ଲଗାତାର ଭାବେ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ବିଧାନସଭାରେ ହଟ୍ଟଗୋଳ ଲାଗିରହିଥିଲା । ଯାହା ଫଳରେ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର ଗୃହକୁ ପୁଣି ଅପରାହ୍ଣ ୪ଟା ପର‌୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ତେବେ ଆଜି ବି ବିଧାନସଭା ଆରମ୍ଭରୁ ଚାଲିପାରିଲାନଥିଲା । ଆଜି ବିଧାନସଭା ଆରମ୍ଭ ହେଉ ହେଉ ବିରୋଧ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିରୋଧୀ ସଦସ୍ୟ ହୋହାଲ୍ଲା କରିବା ସହ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି ଗୃହରେ ପୂଜକ ବେଶରେ ଗଙ୍ଗାଜଳ ସିଞ୍ଚନ କରିଥିଲେ । ତାରାଙ୍କ ପୂଜକ ବେଶ ସାଙ୍ଗକୁ ଘଣ୍ଟମାଡ଼ରେ ଗୃହ କମ୍ପିଥିଲା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରବେଶରୁ ଗୃହ ଅପବିତ୍ର ହୋଇଯାଇଥିବା ଦର୍ଶାଇ ଗଙ୍ଗାଜଳ ଛିଞ୍ଚିଛନ୍ତି ତାରା । ଯାହାକୁ ଦେଖି ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର ଗୃହକୁ ୪ଟା ପର‌୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଆଜି ପୂର୍ବାହ୍ନ ସାଢେ ୧୦ଟାରେ ବିଧାନସଭା ଆରମ୍ଭ ହେବା କ୍ଷଣି ବିଜେପି ଓ କଂଗ୍ରେସ ବିଧାୟକମାନେ ମଧ୍ୟଭାଗକୁ ମାଡିଆସି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ମଠା ପରିଧାନ କରିବା ସହ ହାତରେ ଗଡୁ ଧରିଥିଲେ । ଏକ ଆମ୍ବପତ୍ରରେ ସେ ଗଙ୍ଗାଜଳ ଛିଞ୍ଚୁଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ରମେଶ ଜେନା ଘଣ୍ଟା ପିଟିଥିଲେ । ଅପରପକ୍ଷରେ ଅନ୍ୟ ବିଧାୟକମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ବିଧାନସଭା ଏକ ପବିତ୍ର ସ୍ଥାନ । ଏହା ଡ୍ରାମା କରିବା ସ୍ଥାନ ନୁହେଁ । ଏଭଳି ପ୍ରାୟ ୨ ମିନିଟ ଚାଲିବା ପରେ ବାଚସ୍ପତି ବିଧାନସଭାକୁ ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ମୁଲତବୀ କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts