FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ନଗଡାରେ ଟିକାକରଣ ଆରମ୍ଭ

ନଗଡାରେ ଟିକାକରଣ ଆରମ୍ଭ

ନଗଡାରେ ଟିକାକରଣ ଆରମ୍ଭ
SHARE NOW :

ଯାଜପୁର (ଲାଇଭ ଓଡ଼ିଶା ନ୍ୟୁଜ୍‌): କରୋନା ସଙ୍କଟକାଳରେ ଏକ ମାତ୍ର ସାହାରା ପାଲଟିଛି କରୋନା ଟିକା । ଯାହାକୁ ନେଇ ବିଭିନ୍ନ ଜିଲ୍ଲାରେ ସରକାର ପର୍ଯ୍ୟାୟ କ୍ରମେ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଏହି ପରିପେକ୍ଷୀରେ ଯାଜପୁର ଜିଲ୍ଲାର ନଗଡ଼ାରେ ଭ୍ୟାକ୍ସିନ୍ ପହଞ୍ଚିଛି । ନଗଡ଼ା ଅଞ୍ଚଳର ହଜାରରୁ ଅଧିକ ଲୋକଙ୍କୁ ଟିକାକରଣ ପାଇଁ ଆଜିଠୁ ଆରମ୍ଭ ହୋଇଛି ଅଭିଯାନ ।

କରୋନା ଟିକାକୁ ନେଇ ପୁର୍ବରୁ ନଗଡ଼ାବାସୀଙ୍କ ମନରେ ଅନ୍ଧବିଶ୍ୱାସ ଥିବା ବେଳେ ଏବେ ସେମାନେ ଟିକା ନେବାକୁ ଆଗେଇ ଆସିଛନ୍ତି । ନଗଡ଼ା ଅଞ୍ଚଳର ୬ଟି ଗାଁର ହଜାରେରୁ ଅଧିକ ଲୋକଙ୍କୁ କୋଭିଡ୍ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ପ୍ରଥମ ଦିନରେ କେବଳ ୧୭୬ ଜଣଙ୍କୁ ଦିଆଯାଇଛି।

କେବଳ ଟିକା ନୁହେଁ, ସାନିଟାଇଜର ସହ ସାନିଟାରି ନ୍ୟାପକିନ୍ ବଣ୍ଟନ କରାଯାଉଛି । ସେହିପରି ସେହିପରି ଅନ୍ୟ ଏକ ଅପହଞ୍ଚ ଇଲାକା ମାଲକାନଗିରିର ବଣ୍ଡାଘାଟିରେ ମଧ୍ୟ ଟେଷ୍ଟିଂ, ଟ୍ରିଟମେଣ୍ଟ ଆଉ ଟିକାକୁ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । 

Leave a Reply

Your email address will not be published. Required fields are marked *

Related Posts