FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ସୋନପୁର ଗଡଜାତରେ କାଳୀ ବେଶ ଧାରଣ କଲେ ଇଷ୍ଟଦେବୀ ମା ସୁରେଶ୍ବରୀ

ସୋନପୁର ଗଡଜାତରେ କାଳୀ ବେଶ ଧାରଣ କଲେ ଇଷ୍ଟଦେବୀ ମା ସୁରେଶ୍ବରୀ

ସୋନପୁର ଗଡଜାତରେ କାଳୀ ବେଶ ଧାରଣ କଲେ ଇଷ୍ଟଦେବୀ ମା ସୁରେଶ୍ବରୀ
SHARE NOW :

ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୋନପୁର ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀ ଆଜି ଆଶ୍ବୀନ ଶୁକ୍ଲ ପକ୍ଷ ପ୍ରତିପଦା ତିଥିରେ କାଳୀ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତାକାଲି ଦେବୀ ମା ତାରା ବେଶ ଧାରଣ କରିବେ । ତେବେ ଦେବୀ ମା ସୁରେଶ୍ବରୀ ଆଶ୍ବୀନ ମହାଳୟାଠାରୁ ଆରମ୍ଭ କରି ଦଶମୀ ତିଥି ଯାଏଁ ଭିନ୍ନ ଭିନ୍ନ ବେଶ ଧାରଣ କରିଥାନ୍ତି ।

ମହାଳୟାରେ ଦେବୀ ମା ଧବଳମୁଖୀ ବେଶ ଧାରଣ କରିଥାନ୍ତି ।ବର୍ଷ ତମାମ ରକ୍ତମୁଖା ଦେବୀଙ୍କ ସଶରୀର ସିନ୍ଦୁର ପ୍ରଲେପ କରାଯିବା ସହିତ ଗାଢ ନାଲି ରଂଗର ବସ୍ତ୍ର ପରିଧାନ କରାଯାଉଥିବା ବେଳେ ଏବେ କିନ୍ତୁ ଦେବୀମା ଭିନ୍ନ ଭିନ୍ନ ପାଟ ବସ୍ତ୍ର ପରିଧାନ କରିଥାନ୍ତି ।

ମହାଳୟାରେ ସେବାୟତମାନେ ଗଂଗାଜଳ ,ଅଗୁର ,ଚନ୍ଦନ ,କର୍ପୁର ଆଦି ପ୍ରଲେପ କରି ଶ୍ବେତ ବସ୍ତ୍ର ପ୍ରଦାନ କରିଥିବା ବେଳେ ଆଜି ପ୍ରତିପଦା ତିଥିରେ ଦେବୀମା କଳା ବସ୍ତ୍ର ଧାରଣ କରିଛନ୍ତି ।ତେବେ ସୁବର୍ଣ୍ଣପୁରର ଐତିହାସୀକ ବଳୀଯାତ୍ରା ଆରମ୍ଭ ହୋଇ ଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ବଳୀଯାତ୍ରାରେ ସାମିଲ ହୋଇ ଦେବୀ ମା ସୁରେଶ୍ବରୀଙ୍କ କୃପା ଭିକ୍ଷା ସାଉଁଟିବାକୁ ଛୁଟି ଆସୁଛନ୍ତି ଏହି ଶାକ୍ତ ପୀଠକୁ ।

ଦେବୀଙ୍କ ସଂଧ୍ୟା ଆରତୀ ଦର୍ଶନ କରି ଦେବୀ କୃପା ଲାଭ କରିବାକୁ ଏହି ଶକ୍ତି ପୀଠରେ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ହେଉଛି ।ତେବେ ଦେବୋତ୍ତର ବିଭାଗ ପକ୍ଷରୁ କୋଭିଡ ନିୟମ ପାଳନ କରିବାକୁ ସେବାୟତ ଓ ମନ୍ଦିର କମିଟିକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Related Posts