ଶ୍ରୀଧରପୁର ଗ୍ରାମରେ ଗ୍ରାମ ରାସ୍ତାକୁ ବାଡ଼ ଦେବାରୁ ଗ୍ରାମବାସୀ ଚମ୍ପୁଆ ତହସିଲଦାରଙ୍କ ଦ୍ୱାରସ୍ଥ

SHARE NOW :
କେନ୍ଦୁଝର (ଲାଇଭ ଓଡିଶା ନ୍ୟୁଜ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଶ୍ରୀଧରପୁର ଗ୍ରାମରେ ଜନୈକ ବ୍ୟକ୍ତି ଗ୍ରାମ ରାସ୍ତାକୁ ନିଜର ଜାଗା କହି ବାଡ଼ ବୁଜି ଦେଇଥିବାରୁ ରାସ୍ତା ଦାବିରେ ଗ୍ରାମବାସୀ ଚମ୍ପୁଆ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି . ଗ୍ରାମର ରାସ୍ତା ମଝିରେ ବାଡ଼ ଦିଆଯାଇଥିବାରୁ ଗ୍ରାମବାସୀ ଯିବାଆସିବାରେ ଅସୁବିଧା ଭୋଗୁଛନ୍ତି କ୍ଷ ଗ୍ରାମରେ ହେଉଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏହା ବାଧକ ସାଜିବା ଆଂଶକା କରି ସରପଞ୍ଚ ରମେଶ ମୁଣ୍ଡାଙ୍କ ନେତୃତ୍ୱରେ ଚମ୍ପୁଆ ତହସିଲଦାରଙ୍କୁ ଭେଟି ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି .